ମାଲକାନଗିରି,୨୨/୦୨(ପିପିଟି): ମାଲକାନଗିରି ଜିଲ୍ଲାରେ ଥିବା ପ୍ରାୟ ୨୦ ଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସଂଗଠନକୁ ନେଇ ସମାଜସେବୀ ପ୍ରଭାକର ହନ୍ତାଳଙ୍କ ଅଧ୍ୟକ୍ଷାରେ ଆଜି ଜିଲ୍ଲା ସଦର ସ୍ଥିତ ଅନୁସୂଚିତ ଜାତି/ଜନଜାତି କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ସମ୍ବିଧାନକୁ ରକ୍ଷା କରିବା, ସଂରକ୍ଷଣକୁ କଢାକାଢ଼ି ପାଳନ କରିବା ସାଙ୍ଗକୁ ସମାଜିକ ନ୍ୟାୟ ଓ ଅଧିକାର ନିମନ୍ତେ ଏହି ମିଳିତ ସଂଘ କ୍ରିୟାନୁଷ୍ଠାନ କମିଟି କାର୍ଯ୍ଯ କରିବ ବୋଲି ଆବାହକ ପ୍ରଭାକର ହନ୍ତାଳ ଆଲୋକପାତ କରିଛନ୍ତି। ଆଜିର ବୈଠକରେ ଅନୁସୂଚିତ ଜାତି/ଜନଜାତି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ସଭାପତି ଭାବେ ଜାରାଶବର ମାଡ଼ି, କାର୍ଯ୍ୟକାରୀ ସଭାପତି ଭାବେ ସୋନୁ ଅନୁଗୁ, ଉପ ସଭାପତି ଭାବେ ବଳରାମ ଅନୁଗୁଳିଆ ଓ ସୃଷ୍ଟିଧର ହାଲଦାର, ସାଧାରଣ ସମ୍ପାଦକ ଭାବେ ହରିବନ୍ଧୁ ଗଲୋରି, ଯୁଗ୍ମ ସମ୍ପାଦକ ଭାବେ ସଚିନ ଦୋରା ଓ ଯୁଧିଷ୍ଠିର ବେହେରା, କୋଷାଧ୍ୟକ୍ଷ ଭାବେ ତୁଳସୀରାମ ଦଳେଇଙ୍କୁ ଚୟନ କରିଥିଲା । ଏହା ବ୍ଯତୀତ ଉପଦେଷ୍ଚା ଭାବେ ପ୍ରଭାକର ହନ୍ତାଳ,ରଥୀକୃଷ୍ଣ ପାତ୍ର,ଘେନୁ ମୁଦୁଲି ଓ ଘନଶ୍ୟାମ ମାଡକାମୀଙ୍କୁ ମନୋନୟନ କରାଯାଇଛି। ଆଜିର ଏ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଛା ମୁଦୁଲି, ଶ୍ୟାମ ସୁନ୍ଦର ପଡ଼ିଆମି, ସୁନିଲ କୁମାର ଦୁରୁଆ,ରାମଚନ୍ଦ୍ର ଦୁରୁଆ,ଆଇତା ଦୁରୁଆ ଓ ଭଦ୍ର ଦୁରୁଆ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post