କୋଦଳା ରେ “ଅନେକ ସୂଚନା “ର ପ୍ରତିଷ୍ଠା ଦିବସ ପାଳିତ ।

0 259

କୋଦଳା,୦୬/୦୨(ପିପିଟି):କୋଦଳା ଏନଏସି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ଭୁବନେଶ୍ୱର ଠାରେ ପ୍ରକାଶିତ “ଅନେକ ସୂଚନା “ର ୩୧ତମ ପ୍ରତିଷ୍ଠା ଦିବସ ସମ୍ପାଦକ ନିତ୍ୟ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ସ୍ୱାଗତ ସଙ୍ଗୀତ ପାରବେଷଣ କରିଥିବା ବେଳେ ଶିକ୍ଷାବିତ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ଶାନ୍ତି ରଞ୍ଜନ ରଥ ଉଦଘାଟନ କରିଥିଲେ । ଅନେକ ସୂଚନା ବ୍ରହ୍ମପୁର ସଂସ୍କରଣ ସମ୍ପାଦକ ଡଃ ହୃଷିକେଶ ମହାନ୍ତି ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଶିକ୍ଷୟତ୍ରୀ ସଶ୍ମିତା ମିଶ୍ର, ଇପ୍ସିତା ମିଶ୍ର, ଦୀପିକା ମିଶ୍ର, ଶିକ୍ଷକ ରମେଶ ଭାରତୀ,ଉମାକାନ୍ତ ବେହେରା, ବିଷ୍ଣୁ ପ୍ରସାଦ ଶତପଥୀ, ପ୍ରମୁଖ ଯୋଗଦେଇ ପତ୍ରିକାର ଉତ୍ତରୋତ୍ତର କାମନା କରିଥିଲେ ।ଅନ୍ୟତମ ଅତିଥି ରାମ ପ୍ରସାଦ ସାମଲ ଓ ଡି. ପର୍ଶୁରାମ ନିଜ ନିଜର ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ସଶାଙ୍କ ଶେଖର ଦାଶ ସମ୍ବାଦ ପତ୍ର ପ୍ରଦର୍ଶିତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ୍ୟ ରବୀନ୍ଦ୍ର ନାଥ ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଓ ସତ୍ୟନାରାୟଣ ଦାଶଙ୍କ ଦ୍ୱାରା ମଞ୍ଚ ପରିଚାଳନା ହୋଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.