ଭଞ୍ଜନଗର,୩୧/୦୧(ପିପିଟି): ଆମପୁଲିସ ସମିତି ପକ୍ଷରୁ ଭେଜିପୁଟ ବଡଦାଣ୍ଡ ସାହିରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଘରେ ମହିଳା ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ପରିବାର ଲୋକ ଘରୁ ବାହାରିବା ସମୟରେ ହେଲମେଟ ପିନ୍ଧିବା ଠାରୁ ଆରମ୍ଭ କରି ଟ୍ରାଫିକ ସଚେତନ,ସାଇବର ଠକେଇ ଆଦି ସଂର୍ପକରେ ଅନ୍ୟମାନଙ୍କୁ ଅବଗତ କରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିହଲେ। ଥାନା ଅଧିକାରୀ ଧୀରେଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ, ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଓଲଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନନା, ଅର୍ନ୍ତର୍ଯ୍ୟାମୀ ତ୍ରିପାଠୀ,ଗୀତା ସୁବୁଦ୍ଧି, କାଉନ୍ସିଲର ଉପେନ୍ଦ୍ର ପ୍ରଧାନ,ଲକ୍ଷ୍ମୀ ନାୟକ, ଇନ୍ସପେକ୍ଟର ବିଦ୍ୟଭାରତୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହାକୁ ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜି ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ସନ୍ତୋଷ ଜେନା,ଧ୍ରୁବ ମହାରଣା, ସାମ୍ବାଦିକ ବିଶ୍ବମ୍ବର ଜେନା, ଅମରେନ୍ଦ୍ର ପଟ୍ଟନାୟକ,ଶିକ୍ଷାବିତ୍ ରବି ନାରାୟଣ ମହାନ୍ତି,ବିଭୂତି ଜେନା ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ମହିଳା ସାମିଲ ହୋଇଥିଲେ । ଶେଷରେ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲ।
(ରିପୋର୍ଟ- ଜେକେ ପଟ୍ଟନାୟକ। )
Prev Post