ନେହେରୁ ଯୁବକେନ୍ଦ୍ର ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ।

0 169

ବେଲଗୁଣ୍ଠା,୩୦/୦୧(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ତଥା ନେହେରୁ ଯୁବକେନ୍ଦ୍ର ଏବଂ ବିବେକାନନ୍ଦ ଯୁବକ ସଂଘ ମିଳିତ ସହଯୋଗରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଆଞ୍ଚଳିକ ମହାବିଦ୍ୟାଳୟର ଇଁରାଜୀ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଏବଂ ସମ୍ମାନୀତ ଅତିଥି ରୂପେ ଅଧ୍ୟାପିକା ରୋଜାଲିନ୍ ଗୌଡ଼ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ସ୍ମୃତିଚାରଣ କରିବା ସାହିତ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ୭୦ ଜଣ ଶିକ୍ଷାର୍ଥୀଙ୍କୁ ନେଇ ମାହାତ୍ମାଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ନେହେରୁ ଯୁବକେନ୍ଦ୍ର ସଂଯୋଜିକା ଦୀପ୍ତିମୟୀ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.