ଶେରଗଡ,୩୦/୦୧(ପିପିଟି): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ପାତର ଅନ୍ତର ନୀତି ଯୋଗୁଁ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ସମ୍ମୁଖରେ ଶେରଗଡ଼ ବ୍ଲକ ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ରାତି ଅଧିଆ ଧାରଣ ଦେଇପ୍ରତିବାଦ କରିଛନ୍ତି। ସୂଚନା ଯୋଗ୍ୟ ଯେ ହିତାଧିକାରୀ ତାଲିକା ରେ ବିଭିନ୍ନ ଗ୍ରାମ ରେ ପାତର ଅନ୍ତର ନୀତି ପାଇଁ ଅସନ୍ତୁଷ୍ଟ ଦେଖା ଯାଇଥିଲା ଏହାର ପ୍ରତିବାଦ ସ୍ବରୂପ ଆଜି ରାତି ଅଧିଆ ବ୍ଲକ ସମ୍ମୁଖରେ ଧାରଣ ବସିଛନ୍ତି। ବ୍ଲକରେ ବିଭିନ୍ନ ଗ୍ରାମରେ ଅଯୋଗ୍ୟ ହିତାଧିକାରୀ ହିତାଧିକାରୀଙ୍କ ନାମ ତାଲିକା ସ୍ଥାନ ପାଇଥିଲେ ସୁଦ୍ଧା ବିଭିନ୍ନ ଗ୍ରାମ ଭିନ୍ନକ୍ଷମ ମହିଳା ଓ ପୁରୁଷ ମାନଙ୍କ ନାମ କାଟିବାର ସୂଚନା ମିଳିଥିଲା। ଏହା ପରେ ବି ତାଲିକା ସଂଶୋଧନ ନ ହେବା ସ୍ୱତେ ଆଜି ଏହାର ପ୍ରତିଫଳିତ ହୋଇଛି । ଲୋକ ରାତି ତମାମ ଧାରଣା ଦେବା ଲାଗି ବ୍ଲକ ସମ୍ମୁଖରେ ହଣ୍ଡା,ମାଠିଆ ଧରି ରୋଷେଇ କରି ପ୍ରତିବାଦ କରିଛନ୍ତି।ତାଲିକା ସଂଶୋଧନ ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଲୋକ କହିଛନ୍ତି ।
(ରିପୋର୍ଟ ସୌଜନ୍ଯ- ଭିକୁ ନାୟକ। )
Prev Post