କୋଦଳା,୨୪/୧୨(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଚତୃରଛାତ୍ରୀଙ୍କ ଦ୍ୱାରା ଗୌରାଦେଇପୁର ଗ୍ରାମରେ “ସ୍ୱତନ୍ତ୍ର ଜାତୀୟ ସେବା ଶିବିର” ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରାଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଆୟୋଜିତ ଶିବିରକୁ କାର୍ଯ୍ୟକ୍ରମ ଅଧିକାରୀ ଡଃ ପ୍ରଦୀପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରଞ୍ଜୁବାଳା ନନ୍ଦ, ଅଧ୍ୟାପକ ବିନୋଦ କୁମାର ମିଶ୍ର ପ୍ରମୁଖ ସେବା ଯୋଜନା ସ୍ବେଚ୍ଛାସେବୀ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଶିବିର ୭ ଦିନ ଧରି ଚାଲିବାକୁ ଥିବା ବେଳେ ଗ୍ରାମର ସମସ୍ତ ମନ୍ଦିର,ବିଦ୍ୟାଳୟ, ପୁଷ୍କରିଣୀ ଓ ସମସ୍ତ ସରକାରୀ ଜାଗାକୁ ପରିଷ୍କାର କରାଯିବ ବୋଲି ସ୍ଵେତ୍ସାସେବି ମନେ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )