ଭଞ୍ଜନଗର,୧୮/୧୨(ପିପିଟି): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିର ୯ନମ୍ବର ବୁଲାଣି ନିକଟରେ ଜଣେ ଯୁବକଙ୍କ ମୃତ ଦେହ ପଡିରହିଥିବା ଖବର ପାଇ ଭଞ୍ଜନଗର ଓ ସୋରଡ଼ା ପୁଲିସ ସେଠାରେ ପହଞ୍ଚି ଶବ ଜବତ କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ଭଞ୍ଜନଗର ଥାନା ଭେଜିପୁଟ କେନାଲ ସାହିର ହିତେନ୍ ସ୍ୱାଇଁ । ସୂଚନା ମୁତାବକ ହିତେନ୍ ଗତ ୧୩ତାରିଖ ରାତି ୮ଟା ସମୟରେ ଭେଜିପୁଟ ବଡ଼ ଦାଣ୍ଡ ସାହିର ଜଣେ ଯୁବକ ସହ ଯାଇ ନିଖୋଜ ହୋଇଥିବା ବିଷୟ ତାଙ୍କ ସ୍ତ୍ରୀ ମିନତୀ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିଲେ । ଖବର ପାଇ ଆଜି ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଘାଟିରେ ମୃତ ଦେହ ପଡ଼ିଥିବାର ଖବର ପାଇ ଘଟଣା ସ୍ଥଳରେ ଭଞ୍ଜନଗର ପୁଲିସ ଓ ସୋରଡ଼ା ଥାନା ପୋଲିସ ସହ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଚିହ୍ନଟ କରିବା ସହ ବ୍ୟବଛେଦ ନିମନ୍ତେ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲେ। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଯାହା ସୂଚନା ମିଳିଛି ହିତେନ୍ କୁ ସୋଲାର ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରିବା ସହ କୌଣସି କାରଣରୁ ଅପହରଣ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post