ଜଟେସିଂହା ମଣ୍ଡି ଶୁଭାରମ୍ଭ ,ପ୍ରଥମ ଦିନରେ ଉଠିଲା ତିନି ଜଣ ଚାଷୀଙ୍କର ୧୩୦ କୁଇଣ୍ଟାଲ ଧାନ ।

0 134

ଉଲୁଣ୍ଡା,୧୪/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସେବା ସମବାୟ ଲିଃ ପ୍ରାଙ୍ଗଣରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସଭାପତି ଜତିନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ଧାନ କିଣାର ଶୁଭାରମ୍ଭ କରିଥିଲେ।ସେବା ସମବାୟ ସମ୍ପାଦକ ଘନଶ୍ୟାମ ପଧାନ ଧାନ କିଣାର ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ଚାଷୀଙ୍କୁ ଅବଗତ କରାଇଥିବା ବେଳେ ଚଳିତ ବର୍ଷ ୭୯୭ ଜଣ ଚାଷୀ ଧାନ କ୍ରିୟ କରିବେ ବୋଲି ପ୍ରକାଶ କରିଥିଲେ। ପ୍ରଥମ ଦିନରେ ତିନି ଚାଷୀଙ୍କ ଠାରୁ ୧୩୦ କୁଇଣ୍ଟାଲ ଧାନ ସୁରୁଖୁରୁରେ ଉଠିଥିବା ନେଇ ସମ୍ପାଦକ ଶ୍ରୀ ପଧାନ ପ୍ରକାଶ କରିଛନ୍ତି ‌। ଏହି କାର୍ଯ୍ୟକ୍ରମରେ କୁନୁ ପଧାନ, ରାଧାକାନ୍ତ ମେଣ୍ଡିଲି ଓ ଚାଷୀ ମାନେ ଉପସ୍ଥିତ ଥିବା ବେଳେ ପେକ୍ସ କର୍ମଚାରୀ ମାନେ ସହଯୋଗ କରିଥିଲେ।

(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.