କଳିଙ୍ଗା ଘାଟିରେ ଆଉ ଏକ ବସ ଦୁର୍ଘଟଣା, ସମସ୍ତେ ସୁରକ୍ଷିତ ।

0 289

ଭଞ୍ଜନଗର,(ପିପିଟି)୦୩/୦୫, ଗତକାଲି ସୁରଟରୁ ପ୍ରବାସୀ ଓଡିଆମାନଙ୍କୁ ନେଇ ଆସୁଥିବା ଗୋଟିଏ ବସ କଳିଙ୍ଗା ଘାଟିରେ ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳେ ପୁଣି ଏକ ବସ(ଅମ୍ବିକା) ସେହି ଘାଟି ଆରମ୍ଭରେ ଏକ ଟ୍ରକ କୁ ଧକ୍କା ଦେଇଥିଲା।ସୌଭାଗ୍ୟ ବଶତଃ କୌଣସି ଯାତ୍ରୀ ଗୁରୁତର ଆହତ ହୋଇନଥିବା ଜଣାପଡିଛି।ସାମାନ୍ୟ ତିନି ଜଣ  ଆହତଙ୍କୁ ଜି. ଉଦୟଗିରି ମେଡିକାଲ ରେ ଚିକିତ୍ସିତ କରାଯାଇଛି।ବାରମ୍ବାର ଏହି ଘାଟିରେ ଦୁର୍ଘଟଣା ଘଟୁଥିବାରୁ ସମସ୍ତ ବସର ରୁଟକୁ ପରିବର୍ତ୍ତନ କରି ବୌଦ୍ଧ ରୁ ଦଶପଲ୍ଲା ହୋଇ ନୟାଗଡ଼ ଦେଇ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରିବାକୁ ନିଷ୍ପତ୍ତି ନିଆଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.