ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଭଞ୍ଜନଗର ୟୁଜେଏର ସ୍ମାରକପତ୍ର ପ୍ରଦାନ ।

0 253

ଭଞ୍ଜନଗର,୦୩/୧୨(ପିପିଟି): ୫ ତାରିଖରେ ପଦ୍ମପୁର ଠାରେ ହେବାକୁ ଥିବା ଉପନିର୍ବାଚନରେ ଖବର ସଂଗ୍ରହ କରିବାକୁ ଯାଇଥିବା ନନ୍ଦିଘୋଷ ଟିଭି ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦେବହରି ବେହେରାଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଆଜି ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ତରଫରୁ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି। ଶ୍ରୀ ବେହେରା ଗୁରୁବାର ସନ୍ଧ୍ୟାରେ ପାଇକମାଳ ଠାରେ ଖବର ସଂଗ୍ରହ କରୁଥିବା ବେଳେ ତାଙ୍କୁ କେତେକ ଲୋକ ଗାଳିଗୁଲଜ କରିବା ସହ ଆକ୍ରମଣ କରି ବିଭିନ୍ନ ଧମକ ଚମକ ଦେଇଥିଲେ। ଏହାକୁ ବିରୋଧ କରି ଆଜି ଭଞ୍ଜନଗର ୟୁଜେଏ ପକ୍ଷରୁ ଦିନ ୧୧ଟା ସମୟରେ ଷ୍ଟେଟ ବ୍ୟାଙ୍କ ଛକ ଠାରେ ସମସ୍ତେ ଏକାଠି ହୋଇ ସଦସ୍ୟ ମାନେ କଳା ବ୍ୟାଚ ପରିଧାନ କରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।ଏଥିରେ ଆକ୍ରମଣକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା, ସାମ୍ବାଦିକଙ୍କ ପାଇଁ ନୂତନ ଆଇନ ପ୍ରଣୟନ ଭଳି ବିଭିନ୍ନ ଦାବିପତ୍ରକୁ ନେଇ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ପ୍ରଦାନ କରିଥିଲେ। ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତ ପ୍ରଧାନ, ସହ ସମ୍ପାଦକ ଚିନ୍ମୟ କୁମାର ବେବାର୍ତ୍ତା, କୋଷାଧ୍ୟକ୍ଷ ଗିରିସ କୁମାର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର, ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ପୁରୁଷୋତ୍ତମ ମହାପାତ୍ର,ସମୀର ମହାପାତ୍ର, ବିଶ୍ବମ୍ବର ଜେନା,ଦୀପକ ମହାନ୍ତି, ଆଶିଷ ଗୌଡ଼,ମନୋଜ ଗୌଡ଼, ବବି ରଥ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.