ସାଇ ଗୁରୁକୂଳ ସ୍କୁଲ ଓ ଏନ୍ଏସିରେ ମାଇମ ଆର୍ଟ ପ୍ରଦର୍ଶନ ।

0 370

ଭଞ୍ଜନଗର,୨୮/୧୧(ପିପିଟି): ମାଇମ୍ ଅଭିନୟ ତଥା ମୁକାଭିନୟକୁ ଓଡ଼ିଶାରେ ପ୍ରଚାର ପ୍ରସାର ଉଦେଶ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ସହଯୋଗ କ୍ରମେ ଓଡିଶା ମାଇମ୍ ସେଣ୍ଟର ତରଫରୁ ଏମ.ଫେଷ୍ଟ ନାମ ରେ ୨୫ ନଭେମ୍ବରରୁ ୨୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମାଇମ ଆର୍ଟ ପ୍ରଦର୍ଶିତ ହୋଇ ଆସୁଛି। ଏହି ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ଭଞ୍ଜନଗର ଏନ୍ଏସି ଅଫିସ କାଯ୍ୟାଳୟ ପରିସରରେ ମୁକ୍ତାକାଶ ରଙ୍ଗମଞ୍ଚ ଜରିଆରେ ମାଇମ ଆର୍ଟ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଥିଲା। ଶିବ ଶଙ୍କର ତ୍ରିପାଠୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ସଂମ୍ମାନୀତ ଅତିଥି ଭାବେ ଏନ୍ଏସି କାଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ସଂସ୍କୃତିରତ୍ନ ନାରାୟଣ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। ଭାରତର ପ୍ରସିଦ୍ଧ ମାଇମ୍ ଅଭିନେତା ତଥା ନିର୍ଦ୍ଦେଶକ କମଲ ନସ୍କର କାଯ୍ୟକ୍ରମରେ ଚମତ୍କାର ମୁକାଭିନୟ ପରିବେଷଣ କରିଥିଲେ। ଏଥିରେ ରାଜ କୁମାରୀ ସଙ୍ଗୀତ ପରିବେଷଣ ଓ ଅଶୋକ ମହାପାତ୍ର ସଂଯୋଜନା କରିଥିଲେ।ସେହିପରି ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ମଧ୍ୟ ମାଇମ ଅଭିନେତା କମଲ ନସ୍କର ନିଜ କଳା ପ୍ରଦର୍ଶନ କରିଥିଲେ। ଏଥିରେ ଶିକ୍ଷାନୁଷ୍ଠାନର ସଭାପତି ଶୂଳପାଣି ଶତପଥି, ସମ୍ପାଦକ ଅଜିତ କୁମାର ଶତପଥି,ଶିଳ୍ପୀ ନାରାୟଣ ମହାରଣା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.