ବୋଲଗଡ଼,୨୮/୧୧(ପିପିଟି):ସରକାରଙ୍କ ନିର୍ଦ୍ଦେଶ ସତ୍ବେ କେନ୍ଦ୍ର ବନ୍ଦ କରି ରାଜଧାନୀ ଗାନ୍ଧୀ ମାର୍ଗରେ ଅଙ୍ଗନୱାଡ଼ି କର୍ମୀମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ପରିସରରେ ଅଙ୍ଗନୱାଡ଼ି କର୍ମୀମାନଙ୍କର ଆନ୍ଦୋଳନ କାର୍ଯ୍ୟ କ୍ରମ ଦେଖିବାକୁ ମିଳିଥିଲା।ବୋଲଗଡ ବ୍ଲକ ପରିସରରେ ନିଜ ହକ୍ ପାଇଁ ଅଲ୍ ଓଡିଶା ଲେଡିଜ୍ ୱାର୍କର ଆସୋସିଏସନ୍ ତରଫରୁ ଆନ୍ଦୋଳନ ପାଇଁ ଡ଼ାକରା ଦେଇଥିବା ବେଳେ ବୋଲଗଡ଼ ବ୍ଲକ ପରିସରରେ ଅଙ୍ଗନୱାଡ଼ି କର୍ମୀମାନେ କାର୍ଯ୍ୟାଳୟ ଅଧିକାରୀ ମାନଙ୍କୁ ଖାତିର ନକରି ନିଜ ଦମ୍ ଦେଖାଇ ଥିଲେ । ଯାହାକି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଲାଗି ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଅଣ ଦେଖା କରା ଯାଉ ଥିବାର ଜ୍ୱଳନ୍ତ ଘଟଣା ଦେଖିବାକୁ ମିଳିଛି ।ସୂଚନା ଥାଉ କି ଗତ ତା ୨୧ରିଖ ଠାରୁ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ଆସୋସିଏସନ୍ ତରଫରୁ ଭୁବନେଶ୍ୱର ପିଏମଜି ଛକ ଠାରେ ୮ଦଫା ଦାବି ସମ୍ବଳିତ ଆନ୍ଦୋଳନ ଜାରି ରଖିଥିବା ବେଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର ହେଉନଥିବାରୁ ଜିଲ୍ଲା ଓ ବ୍ଲକ ବ୍ୟାପି ଅଙ୍ଗନୱାଡ଼ି କର୍ମୀମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)