ବେଲଗୁଣ୍ଠା,୧୫/୧୧(ପିପିଟି): ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ଠାରେ ଅନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି । ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିଶୁ ମାନଙ୍କୁ ନେଇ ସାଧାରଣ ଜ୍ଞାନ, ସୁନ୍ଦର ହସ୍ତାକ୍ଷର, ଚିତ୍ରାଙ୍କନ ,କାଗଜ ତିଆରି ହସ୍ତ କର୍ମ ଏବଂ ରଙ୍ଗୋଲିି ପ୍ରତିଯୋଗୀତା କରା ଯାଇଥିଲା । ସୁଶାନ୍ତ ଗୌଡ଼ ଗୁରୁଜୀ ଶିଶୁ ଦିବସ ରେ ଶିଶୁ ଓ ଗୁରୁଙ୍କୁ ନେଇ ଏକ ତୁଳନାତ୍ମକ ଆଲୋଚନା କରି ସର୍ବଦା ଗୁରୁଙ୍କ ପ୍ରତୀ ଏକ ସକାରାତ୍ମକ ଭାବନା ରଖିବା ଆବଶ୍ୟକ ଅଛି ବୋଳି ମତ ପ୍ରଦାନ କରିଥିଲେ । ସହ ପ୍ରଧାନ ଆଚର୍ଯ୍ୟା ସଂଘମିତ୍ରା ନାୟକ ଶିଶୁଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ସୁନ୍ଦର ହସ୍ତାକ୍ଷର ପାଇଁ ପ୍ରୀୟାଁସୀ ସିଅ , ରୂପା ରତ୍ନା ବିଷୋୟୀ, ଶ୍ରଦ୍ଧା ଶ୍ରୀ ଲେଙ୍କା , ଚିତ୍ରାଙ୍କନ ପାଇଁ ଅର୍ଚ୍ଚନା ସାମଲ , ଅର୍ପିତା ରାଣୀ ପୃଷ୍ଟି , ତନ୍ମୟ ରାଉତ , ରାଙ୍ଗୋଲିି ପାଇଁ ସଂଧ୍ୟା ରାଣୀ ପାତ୍ର ,ସଂତୋଷୀ ବଡ଼ତ୍ୟା, ଲିପ୍ସା ରାଣୀ ବେହେରା ଏବଂ କାଗଜ ହସ୍ତ କର୍ମ ପାଇଁ ଆଶୁତୋଷ ବେହେରା , ରାଜା ସ୍ୱାଇଁ, ଆଲୋକ ଗୌଡ଼ ଓ ନିର୍ମାଲ୍ୟ ପ୍ରସାଦ ସାହୁ ପୁରସ୍କୃତ ହୋଇଥିଲେ । ଅନୁଷ୍ଠାନର ଶୁଭଶ୍ରୀ ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ରଶ୍ମିତା,ସୌଭାଗ୍ୟ,ପିଙ୍କି,ପୂଜା , ସୁଲୋଚନା,ଇପ୍ସିତା,ରୁବି ଗୁରୁମା ଏବଂ ସୁକାନ୍ତ,ସନ୍ତୋଷ,ଗୁଣ୍ଡିଚା , ଶିବରାମ,ବସନ୍ତ,ସୂର୍ଯ୍ୟ,ସତ୍ୟ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post
ବାଲିଗୁଡାର ମୁଠାହେଡ଼ ସାଧୁପାତ୍ରଙ୍କ ଅକାଳ ବିୟୋଗ : ଉତ୍ତରାଧିକାରୀ ଭାବେ ପୁଅ ପ୍ରଶାନ୍ତ ପାତ୍ର ଅଭିଷିକ୍ତ ।
Next Post