ବିଶ୍ୱ ହିନ୍ଦୁ ପରିଷଦ ବୈଠକ ।

0 212

ଶେରଗଡ଼,୧୧/୧୧(ପିପିଟି): ତାକରଡ଼ା ସ୍ଥିତ ଲଙ୍ଗଳେଶ୍ୱର ପୀଠ ରେ ବିଶ୍ୱ ହିନ୍ଦୁ ପରିଷଦର ଏକ ବୈଠକ ଗୌର ହରି ସାବତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି । ସାଙ୍ଗଠନିକ ଆଲୋଚନା ସହ ପରମ୍ପରା ଓ଼ ସଂସ୍କୃତିକୁ ବଞ୍ଚାଇବା ନେଇ ଆଲୋଚନା ହୋଇଥିଲା ବ୍ଲକ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଥିଲା । ବୃନ୍ଦାବନ ଦାଶ ସଭାପତି, ସୁରେନ୍ଦ୍ର ନାୟକ ଉପ ସଭାପତି, ଉମା ଚରଣ ସାମଲ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ ।ବୈଠକରେ ପୀତବାସ ପ୍ରଧାନ, ବିଜୟ ବିଶ୍ୱାଳ, ଗୋଲକ ପରିଡା, କାଳୁ ଚରଣ ପଣ୍ଡା, ଦ୍ବିତିକୃଷ୍ଣ ପାତ୍ର, ପ୍ରମୋଦ ଦାଶ, ହର୍ଷ ସାମଲ, ଗୋପାଳ କୃଷ୍ଣ ସ୍ୱାଇଁ, କାଳୁ ମହାରଣା, କାଳୀ ଚରଣ ମିଶ୍ର, ବାବୁଲା ବାଡତ୍ୟା, ଗିରିଜା ଶଙ୍କର ଷଢଙ୍ଗୀ, ଜୟଦେବ ଜେନା,ପାଣ୍ଡା ବେହେରା,ପଦ୍ମ ଚରଣ ଷଢଙ୍ଗୀ ଅରୁଣ କୁମାର ସ୍ୱାଇଁ,ଅର୍ଜୁନ ବେହେରାଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ ସୌଜନ୍ଯ- ଭିକୁ ନାୟକ। )

Leave A Reply

Your email address will not be published.