ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷା ଛାତ୍ର ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

0 237

ଉଲୁଣ୍ଡା,୦୫/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଦୋଦରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । କଲେଜ ଅଧ୍ୟକ୍ଷ ବଲ୍ଲଭ ପୁରୋହିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଢୀ ମୁଖ୍ୟ ଅତିଥି,ସ୍ଥାନୀୟ ସମିତି ସଭ୍ୟ ତଥା ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସଂଜୀବ କୁମାର ଦେହୁରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶୃଙ୍ଖଳିତ ଆଚରଣ ଓ ମାର୍ଜିତ ବ୍ୟବହାର ମଣିଷକୁ ମାର୍ଜିତ କରିଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପକ ତଥା ଯୁବ ରେଡ଼କ୍ରସ କାଉନସିଲର ଉଦ୍ଧବ ପଧାନ, ବଳମକୁନ୍ଦ ବାରିକ,ଅଧ୍ୟାପିକା ରଂଜିତା ମିଶ୍ର ଓ ସାଧନା ମେଲ୍ଲୀ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ କଲେଜର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା । କଲେଜର ଦ୍ୱତୀୟ ବର୍ଷ ଛାତ୍ର ସ୍ୱାଗତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅଧ୍ୟାପକ ସୁଶାନ୍ତ ଦେହୁରୀ ସଭା ପରିଚାଳନା କରିଥିଲେ । ପପୁନ ବଢ଼େଇ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ସୁଶୀଳା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.