ବେଲଗୁଣ୍ଠା,୦୪/୧୧(ପିପିଟି): ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତ ଆନ୍ତର୍ଗତ ଗୋବରା କଇଠସାହି ସୁଦର୍ଶନ ବିଶ୍ୱାଳ ୫୮, ସବୁଦିନ ପରି ସକାଳ ୫ ରୁ ଉଠି ଘର ପଛପଟ ଝାଡୁ କରିବାକୁ ଯାଇ ବିଦ୍ୟୁତ ଖୁଣ୍ଟରେ ଲାଗି ତଳେ ଢଳିପଡିଥିଲେ । କିଛିସମୟ ପରେ ସ୍ଥାନୀୟ ଲୋକେ ସୁଦର୍ଶନଙ୍କୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ,ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସୁଦର୍ଶନଙ୍କ ଏକମାତ୍ର ପୁଅ ମନୋଜ ଗ୍ରାମ ରେ ନଥିବାରୁ ଝିଅ ଅମ୍ବିକା ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ । ଅଭିଯୋଗ ପରେ ଥାନାରେ ଏକ ଅପମୃତ୍ୟୁ ମାମଲା ୨୬/୨୨ ରେ ୠଜୁହୋଇ ଗାଙ୍ଗପୁର ଥାନା ସେକେଣ୍ଡ ଅଫିସର ଶୁଭ୍ରଜିତ ସାମନ୍ତରାୟ ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରିଥିଲେ । ପୋଷ୍ଟମଟମ କରି ଶବକୁ ସୁଦର୍ଶନର ପରିବାରକୁ ହସ୍ତାନ୍ତର କରିଥିଲେ । ବିଦ୍ୟୁତ ବିଭାଗର ଭୁଲ ଯୋଗୁଁ ସୁଦର୍ଶନର ମୃତ୍ୟୁ ହୋଇ ଥିବା ନେଇ ସାଧାରଣରେ ଆଲୋଚନା ହୋଇଥିବା ବେଳେ ପରିବାରକୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ସୁଦର୍ଶନଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକରସାୟା ଖେଳିଯାଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )