ପୋଲସରା,୨୮/୧୦(ପିପିଟି): ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୯ ଓ୍ବାର୍ଡ ଅନ୍ତର୍ଗତ ଶିବାନନ୍ଦ ନଗର ନିବାସୀ ପ୍ରାଥମିକ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁଙ୍କର ଗୁରୁବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ସ୍ବର୍ଗତ ସାହୁଙ୍କୁ ୪୮ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଦୁର୍ଗା ପ୍ରସାଦ ମାଳ ବିରିପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ତାଙ୍କ ବିୟୋଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ଶିବାନନ୍ଦ ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସାହୁ ଜଣେ ଶାନ୍ତ ସିଷ୍ଟ ଓ ଅମାୟିକ ବ୍ୟକ୍ତି ଥିଲେ। ସ୍ବର୍ଗତ ସାହୁଙ୍କ ଅକାଳ ବିୟୋଗ ଯୋଗୁଁ ତାଙ୍କ ସ୍ତ୍ରୀ ଏବଂ ଦୁଇଜଣ ନାବାଳିକା ଝିଅ ବେସାହାରା ହୋଇ ପଡିଛନ୍ତି। ଏଣୁ ସରକାର ତାଙ୍କର ଅସହାୟ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )