୨ବର୍ଷ ପରେ ଭଞ୍ଜନଗର ଠାରେ ଖୋଲିଲା ବାଣ ବଜାର; ଲୋକଙ୍କ ମନରେ ଆଗ୍ରହ ।

0 331

ଭଞ୍ଜନଗର,୨୩/୧୦(ପିପିଟି): ଗତ ଦୁଇ ବର୍ଷ ହେଲା କୋଭିଡ଼ କଟକଣା ସକାଶେ ଦୀପାବଳି ଫିକା ପଡ଼ି ଯାଇଥିଲା।ହେଲେ ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ଥିବାରୁ ଦୀପାବଳିକୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି।ବିଶେଷ କରି ପିଲାମାନେ ଆତସବାଜି କିଣିବାକୁ ଅପେକ୍ଷା କରି ରହିଥିବା ବେଳେ ଭଞ୍ଜନଗର ସହରରେ ବାଣ ବଜାର ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ଭଞ୍ଜନଗର ବସଷ୍ଟାଣ୍ଡ ନିକଟ ଜେଲ ପଡ଼ିଆ ଠାରେ ଦୀପାବଳି ସକାଶେ ୨୩ ଓ ୨୪ତାରିଖ ଦୁଇଦିନ ପାଇଁ ନୀତି ନିୟମ ଅନୁଯାୟୀ ଲାଇସେନ୍ସ ପ୍ରଦାନ କରାଯାଇଛି। ଏଠାରେ ମୋଟ ୧୫ଟି ଷ୍ଟଲ ଖୋଲା ଯାଇ ସେଥିରେ ବିଭିନ୍ନ ପ୍ରକାର ଆତସବାଜି ଗଛିତ ରହିଛି। ଯାହା ଫଳରେ ଲୋକଙ୍କ ମନରେ ବାଣ କିଣିବା ପାଇଁ ଆଗ୍ରହ ପ୍ରକାଶ ପାଇଛି। ବିଶେଷ କରି ରବିବାର ସନ୍ଧ୍ୟାରେ ଦୋକାନ ଗୁଡ଼ିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସେହିପରି ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରିବାକୁ ସହରରେ ଥିବା ବିଭିନ୍ନ ମିଠା ଦୋକାନରେ ଭିଡ଼ ଜମିବା ସହ ରଙ୍ଗ ବେରଙ୍ଗର ଆଲୋକମାଳାରେ ସମସ୍ତେ ଘର ସଜାଇବାରେ ସମସ୍ତେ ଲାଗି ପଡ଼ିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.