ଶେରଗଡ,୧୭/୧୦(ପିପିଟି): ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ପାଞ୍ଚଟି ଗ୍ରାମକୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଜନବସତିର ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ପଞ୍ଚାୟତ ବାହାରେ ସୁଦୂର ହିଞ୍ଜିଳି କାଟୁ କିମ୍ବା ଆସିକା ଯିବାକୁ ପଡିଥାଏ । ୨୦୧୩ ମସିହାର ତତ୍କାଳୀନ ସରପଞ୍ଚ ମନୋରମା ପୋଲାଇଙ୍କ ପ୍ରଚେଷ୍ଟାରେ ନରେନ୍ଦ୍ରପୁର ଗ୍ରାମରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମିତ ହୋଇଥିଲା। ୨୦୧୩ ମସିହାରେ ହିଁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭ ଉଦ୍ଘାଟନ କରିଥିଲେ। ବିଭିନ୍ନ ସମସ୍ୟା କାରଣ ରୁ ଦୀର୍ଘ ବର୍ଷ ହେବ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି କାର୍ଯ୍ୟରତ ନ ନୋଇ ବନ୍ଦ ହୋଇ ପଡ଼ିରହିଲା। ୫୮ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ପୋଲାଇଙ୍କ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟ ଉପ କେନ୍ଦ୍ରଟି କାର୍ଯ୍ୟରତ ହେଲା |ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି କାର୍ଯ୍ୟରତ ହେବା ଦ୍ଵାରା ନରେନ୍ଦ୍ରପୁର ଗ୍ରାମ ପଂଚାୟତ ବାସିନ୍ଦା ଖୁସିବ୍ୟକ୍ତ କରି କୃତଜ୍ଞତା ଜଣାଇଛନ୍ତି ।
(ରିପୋର୍ଟ ସୌଜନ୍ଯ- ଭିକୁ ନାୟକ। )