ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭ ହେଲା ଭିନ୍ନକ୍ଷମ ବୋର୍ଡ; ୩୪ଜଣଙ୍କ ଆବେଦନ ଗ୍ରହଣ ।

0 525

ଭଞ୍ଜନଗର,୧୨/୧୦(ପିପିଟି): ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ପୂର୍ବରୁ ପ୍ରତ୍ୟେକ ମାସ ୧୨ ତାରିଖରେ ଭିନ୍ନକ୍ଷମ ବୋର୍ଡ ମାଧ୍ୟମରେ ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତିରେ ଭିନ୍ନକ୍ଷମ ପ୍ରମାଣ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରାଯାଇ ତାହାର ମୂଲ୍ୟାଙ୍କନ କରାଯାଉଥିଲା। ହେଲେ ତାହା କରୋନା ସକାଶେ ଗତ ମାର୍ଚ୍ଚ ୨୦୧୭ ମସିହା ଠାରୁ ବନ୍ଦ ଥିଲା।ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଭିନ୍ନକ୍ଷମ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଉପରେ ନିର୍ଭର କରିବାକୁ ପଡୁଥିଲା। ତେଣୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ବାର୍ଡ ସଙ୍ଗଠନ ପକ୍ଷରୁ ଦାବି ହେବାପରେ ଭିନ୍ନକ୍ଷମଙ୍କ ସୁବିଧା ଦୃଷ୍ଟିରୁ ଏଠାରେ ଏହି ସୁବିଧା ପୁଣିଥରେ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଫଳରେ ପ୍ରତ୍ୟେକ ମାସର ୧୨ତାରିଖରେ ବୋର୍ଡ ତରଫରୁ ପୁଣି ଏହି ସୁବିଧା ଉପଲବ୍ଧ ହେବ। ଆଜି ଭିନ୍ନକ୍ଷମଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନଲାଇନ ଦ୍ୱାରା ଆବେଦନ କରିଥିବା ମୋଟ ୩୪ଜଣ ଭିନ୍ନକ୍ଷମଙ୍କ ପ୍ରମାଣପତ୍ର ମୂଲ୍ୟାଙ୍କନ ହୋଇଛି। ସେମାନେ ଅନଲାଇନ ଦ୍ୱାରା ତାହା ପାଇପାରିବେ। ଏଥିରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାର ମେଡ଼ିକାଲ ଅଧିକ୍ଷକ ଡ଼ା. ସିତାଂଶୁ ଶେଖର ଶତପଥି,ଡ଼ା. ପ୍ରଣବାନନ୍ଦ ପାତ୍ର,ଡ଼ା. ଗୋବିନ୍ଦ ବିଶ୍ୱାସ,ଡ଼ା. ଲକ୍ଷ୍ମଣ ହାଁସଦା,ବ୍ରହ୍ମପୁରର ଡ଼ା. ସୁଶାନ୍ତ କୁମାର ବେହେରା,ଡ଼ା. ଶର୍ମିଷ୍ଠା ପ୍ରିୟଦର୍ଶିନୀ,ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ମେଡ଼ିକାଲ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.