ପୋଲସରା,୧୧/୧୦(ପିପିଟି):ଘର ଆଗରେ ବାଣଫୁଟାକୁ କେନ୍ଦ୍ର କରି ବଚସା ହେବା ପରେ ସଂଘବଦ୍ଧ ଆକ୍ରମଣ କରିବା ଯୋଗୁଁ ଆଜି ପୋଲସରା ଥାନା ପୋଲିସ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ଥାନୀୟ ଥାନାର ଏସ୍ ଆଇ ଅଜୟ କୁମାର ମଳିକ ଦେଇଥିବା ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବେ କିଛି ଯୁବକ ସ୍ଥାନୀୟ ମଠ ସାହିର ଅଚ୍ୟୁତ ପ୍ରଧାନଙ୍କ ଘର ଆଗରେ ବାଣ ଫୁଟାଇଥିଲେ। ଫଳରେ ଅଚ୍ୟୁତ ସେମାନଙ୍କୁ ମନା କରିଥିଲେ। ଏଥି ପାଇଁ ସମ୍ପୃକ୍ତ ଯୁବକ ଓ ଅଚ୍ୟୁତ ପ୍ରଧାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା କୁ କେନ୍ଦ୍ର କରି ରବିବାର ଦିନ ଅଚ୍ୟୁତ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ସମ୍ପୃକ୍ତ ଯୁବକ ମାନେ ଅଚ୍ୟୁତ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପ୍ରତିବାଦ କରିବାରୁ ଆକ୍ରମଣକାରୀ ମାନେ ଅଚ୍ୟୁତ ପ୍ରଧାନଙ୍କ ସ୍ତ୍ରୀ ଭାଗ୍ୟ ପ୍ରଧାନ, ମା ଭାସି ପ୍ରଧାନ ଓ ଭାଇ ସଂଜୟ ପ୍ରଧାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥି ପାଇଁ ଅଚ୍ୟୁତଙ୍କ ସ୍ତ୍ରୀ ଭାଗ୍ୟ ପ୍ରଧାନ ପୋଲସରା ଥାନା ରେ ଏତଲା ଦେଇଥିଲେ। ଭାଗ୍ୟ ପ୍ରଧାନଙ୍କ ଏତଲାକୁ ଆଧାର କରି ପୁଲିସ ମୋକଦ୍ଦମା ରୁଜ୍ଜୁ କରିବା ସହିତ ଆଜି ଅଭିଯୁକ୍ତ ବିଦୁ ଡାଙ୍ଗୁଆ , ସୁନିଳ ଖଟୁଆ , ଶିବ ପ୍ରଧାନ , ଭୋଳା ପ୍ରଧାନ , ବାବୁ ଦଳେଇ , ହିନ ଖଟେଇ , ନାଗେଶ୍ବର ଓ ପବନା କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)
Next Post