ଭାପୁର ଅଞ୍ଚଳରେ ଆନ୍ତର୍ଜାତିୟ ଶିଶୁ କନ୍ୟା ଦିବସ ପାଳିତ।

0 311

ଭାପୁର,୧୧/୧୦(ପିପିଟି):ଆଜି ଭାପୁର ବ୍ଲକ ବାଘୁଆପଲ୍ଲୀ ଗ୍ରାମ ପଞ୍ଚାୟତର ବଳଦିଆ ନୂଆଗାଁ ହାଇସ୍କୁଲ ଓ ରାକମା ଗ୍ରାମ ପଞ୍ଚାୟତର ଏସ ଡି ହାଇ ସ୍କୁଲ ଠାରେ “ଆନ୍ତର୍ଜାତିୟ ଶିଶୁ କନ୍ୟା ଦିବସ” ପୂର୍ବତନ ସରପଞ୍ଚ ନବକିଶୋର ସାହୁ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ରେଣୁବାଳା ନନ୍ଦଙ୍କ ସଭାପତିତ୍ୱ ରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ସିଡିପିଓ ରେଣୁବାଳା ନନ୍ଦ,ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଗଦାଧର ପରିଡା, ମହିଳା କ୍ଷେତ୍ର ପରିଦର୍ଶିକା ପ୍ରତିମା ସେଠୀ ଓ ଜ୍ୟୋତିର୍ମୟୀ ସାହୁ,ଶିକ୍ଷକ ହୃଷିକେଶ ବେହେରା,କଳା କାର୍ଯ୍ୟନି,ଲଷ୍ମୀ ପ୍ରିୟା ସେଣ ,ଆକ୍ସନ ଏଡ଼ର ବ୍ଲକ କୋଡ଼ିନେଟର ସୁରେଶ ସ୍ବାଇଁ,ଭଲୁଣ୍ଟିଅର ଅସୀମା ବେଉରିଆ ଓ ଅଶାନ୍ତି ପରିଡା ଏବଂ ସଂଧ୍ୟାରାଣୀ ଶତପଥୀ ସମେତ ସମସ୍ତ ଅଙ୍ଗନୱାଡି କର୍ମୀ ଯୋଗ ଦେଇ ଉକ୍ତ ଦିବସର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଉଭୟ ସ୍କୁଲର ଶିଶୁ କନ୍ୟା ମାନେ ଯୋଗ ଦେଇଥିଲା ବେଳେ ଶିଶୁ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ସ୍କୁଲର ୨୦ ଜଣ କୃତି ଶିଶୁ କନ୍ୟା ବିଜେତାଙ୍କୁ ଉପସ୍ଥିତ ଅତିଥି ମାନେ ପ୍ରାଇଜ ବଣ୍ଟନ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ନିଜ ନିଜ ଗ୍ରାମ ଓ ଗ୍ରାମ ପଞ୍ଚାୟତକୁ ଏକ ଶିଶୁ ପ୍ରିୟ ଓ ବାଲ୍ୟବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ରେ ପରିଣତ କରିବାକୁ କାର୍ଯ୍ୟ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.