ମା’ ଉଖୁଡେଇ ବଣିକ ସଂଘ ତରଫରୁ ୨୫ତମ ଦୁର୍ଗାପୂଜା ।

0 246

ଭଞ୍ଜନଗର,୦୩/୧୦(ପିପିଟି): ଭଞ୍ଜନଗର ନିକଟସ୍ଥ କଣ୍ଟେଇ ପଲ୍ଲୀ ଛକ ଠାରେ ଚଳିତ ବର୍ଷ ମା’ ଉଖୁଡେଇ ବଣିକ ସଂଘ ତରଫରୁ ୨୫ତମ ଶାରଦୀୟ ଦୁର୍ଗାପୂଜା ଯାକ ଜମକ ସହକାରେ ଅନୁଷ୍ଠିତ ହେଉଅଛି।ଦେବୀ ଦୁର୍ଗାଙ୍କର ସୁନ୍ଦର ମୃଣ୍ମୟୀ ମୂର୍ତ୍ତି, ଆକର୍ଷଣୀୟ ସାଜସଜ୍ଜା,ତୋରଣ ଓ ରଙ୍ଗ ବେରଙ୍ଗ ଆଲୋକମାଳାରେ ସମଗ୍ର ଅଞ୍ଚଳ ଝଲସି ଉଠୁଛି।ପ୍ରତିବର୍ଷ ଏଠାରେ ପୂଜା ଅବସରରେ ସ୍ଥାନୀୟ କଳାକାରଙ୍କୁ ନେଇ ନାଟକ ପରିବେଷଣ ହେଉଥିବା ବେଳେ ଚଳିତ ବର୍ଷ ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ଦ୍ୱାରା ଆସନ୍ତା ୫ତାରିଖ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ଏହି ପୂଜାରେ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଭିଡ଼ ପ୍ରତିଦିନ ଲାଗି ରହିଥାଏ। ଏଠାରେ ୧୯୯୭ ମସିହାରେ ପ୍ରଥମେ ଅଞ୍ଚଳର ବରିଷ୍ଠ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କ ପ୍ରଚେଷ୍ଟାରେ ଏହି ପୂଜା ଆରମ୍ଭ ହୋଇଥିଲା।ବର୍ତ୍ତମାନ ପୂଜା କମିଟିର ସଭାପତି ଭାବେ ବାବୁଲା ନାୟକ, ଉପସଭାପତି ସୁଧାକର ସାହୁ,କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ,ପୁରୋହିତ ବନବାସୀ ତ୍ରିପାଠୀ ଦାୟୀତ୍ୱ ବହନ କରିଥିବା ବେଳେ ସୁରେନ୍ଦ୍ର କୁମାର ଜେନା, ସତ୍ୟ ନାରାୟଣ ସ୍ୱାଇଁ,ଯଦୁନାଥ ସ୍ୱାଇଁ,ଟୁନା ପାତ୍ର ଓ ଅନ୍ୟମାନେ ଏଥିରେ ସହଯୋଗ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.