ବିରମହାରାଜପୁର ବ୍ଲକ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ, ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ।

0 235

ସୁବର୍ଣ୍ଣପୁର,୦୩/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ପଦଯାତ୍ରା ଆରମ୍ଭ ହୋଇଛି । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଜଟେସିଂହା ପଞ୍ଚାୟତ ପରିସରରୁ ଆରମ୍ଭ ହୋଇ ବଡଖମାର, ଡୁମୁରି, ଗଧନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରାରେ‌ ବାହାରୀ ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ମାନ୍ୟବର ପଦ୍ମନାଭ ବେହେରା ଯୋଗ ଦେଇ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କ ରେ ଜନସାଧାରଣଙ୍କ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା, ଜୀବନ ବିନ୍ଦୁ ସଂଯୋଜକ ରଞ୍ଜିତ ରଥ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୟମ୍ଭୁନାଥ ଖଣ୍ଡଗିରି, କିଶୋର ହୋତା,ବିହାରୀ ଲାଲ ମିଶ୍ର , ଧୀରେନ୍ଦ୍ର ନାରାୟଣ ପଣ୍ଡା,ପ୍ରଦୀପ ମିଶ୍ର,ଅମୀୟ ଦାଶ,ଜଟେସିଂହା ସରପଞ୍ଚ ସୁନିତା ପଧାନ, ବିନୟ ରଞ୍ଜନ ପଧାନ, ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ, ଲକ୍ଷ୍ମୀ ନାରାୟଣ ପୁରୋହିତ,ସାଇନ୍ଦୁ ସାହୁ, ସପ୍ନ କର୍ମୀ,ରଶ୍ମିତା ପାଣ୍ଡେ,ସୁରୁ ନାରାୟଣ ମହାକୁର, ବିନୋଭାନନ୍ଦ ପଧାନ ପ୍ରମୁଖ ଯୋଗଦେଇଥିଲେ । ବଡଖମାର ଠାରେ ଏକ ଗୋଷ୍ଠୀ ସାଧନକେନ୍ଦ୍ରର ଉଦଘାଟନ କରିଥିବାବେଳେ, ସ୍ବେଛାସେବୀ ସଂଗଠନ ଲାଲ ବହାଦୁର ସଙ୍ଘ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.