ଭଞ୍ଜନଗର,୨୮/୦୯(ପିପିଟି): ଭଞ୍ଜନଗର ମେନ ରୋଡ଼ ଠାରେ ଶ୍ରୀ ସେନାପତି ଫେନ୍ସି ଷ୍ଟୋରକୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶୁଭ ଉଦଘାଟନ କରିଛନ୍ତି। ଏଠାରେ ପ୍ଲାଷ୍ଟିକ, କସମେଟିକ,ପିଲାଙ୍କ ବ୍ୟବହୃତ ସାମଗ୍ରୀ,ଖେଳନା,ବ୍ୟାଗ, ଉପହାର,ଜନ୍ମଦିନର ସମସ୍ତ ସାମଗ୍ରୀ,ବିଭିନ୍ନ ଘରୋଇ ଉପକରଣ ସମେତ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ସାମଗ୍ରୀ ଉପଲବ୍ଧ ହେବ।ଏଥିରେ ଅନୁଷ୍ଠାନର ମୁଖ୍ୟ ଗୌରାଙ୍ଗ ସେନାପତି, ବିଷ୍ଣୁପ୍ରିୟା ସେନାପତି, ଏନ୍ଏସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ,ଅନୁପମ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶୂଳପାଣି ଶତପଥି,ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ବିଶ୍ବମ୍ବର ଜେନା, ଭବାନୀ ପାଳ,ଅନନ୍ୟ, ଅରୁନ୍ଧତୀଙ୍କ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )