ଟିପିଏସଓଡ଼ିଏଲ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ସଚେତନତା ।

0 347

ଭଞ୍ଜନଗର,୨୧/୦୯(ପିପିଟି): ଭଞ୍ଜନଗର ପାୱାର ହାଉସ ଛକରେ ଥିବା ଟିପିଏସଓଡ଼ିଏଲ କାର୍ଯ୍ୟାଳୟରେ ଗତ ୨୦୧୭ମସିହା ଠାରୁ ବେଶ ଧୁମଧାମରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି। କରୋନା ସକାଶେ ୨ବର୍ଷର ଅନ୍ତରାଳରେ ଚଳିତ ବର୍ଷ ମଧ୍ୟ ଗତ ୧୭ତାରିଖରେ ମହା ସମାରୋହରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ସମ୍ମାନିତ ଅତିଥି ରୂପେ ନିର୍ବାହୀ ଯନ୍ତ୍ରୀ ଜଗତଜିତ ଦାଶ ମହାପାତ୍ର,ହୃଦୟ ବଲ୍ଲଭ ପ୍ରଧାନ, କମଳ କାନ୍ତ ପଣ୍ଡା,ଏସଡ଼ିଓ ମନୋଜ କୁମାର ସାହୁ ଓ କନିଷ୍ଠ ଯନ୍ତ୍ରୀ ଏ. ରବୀନ୍ଦ୍ର ଉପସ୍ଥିତ ଥିଲେ ।ପ୍ରଥମେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।ଏହାପରେ ଟିପିଏସଓଡ଼ିଏଲ କର୍ମଚାରୀଙ୍କ ଦ୍ୱାରା ସଚେତନତା ଭିତ୍ତିକ ନାଟକ ସାହା କିଏ ମୋ ଭରସା କିଏ ପରିବେଷଣ କରାଯାଇଥିଲା। ଏହାକୁ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ। ୟୁନିକ ଡ୍ୟାନ୍ସ ଏକାଡେମୀର ମୁଖ୍ୟ ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଏବଂ ନାଟକ ରଚନା କରିଥିବା ରାଜେନ୍ଦ୍ର ବିଷୋୟୀ ଓ ନିର୍ଦ୍ଦେଶକ ରାଜ କୁମାରଙ୍କୁ ସମ୍ମାନିତ କରାଯାଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.