ଶିକ୍ଷକ ଅଭାବ ପାଇଁ ଛାତ୍ର ଛାତ୍ରୀ ଦେଲେ ଧାରଣା।

0 316

ବୋଲଗଡ଼,୧୬/୦୯(ପିପିଟି): ଶିକ୍ଷକଙ୍କ ଅଭାବ ପାଇଁ ଫାଟକ ସମ୍ମୁଖରେ ଧାରଣା। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ କାଉତରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଦଳି ହୋଇଥିଲେ ମଧ୍ୟ ବର୍ତ୍ତମାନ ସେହି ପଦବୀ ପୂରଣ ହୋଇନାହିଁ। ଯାହାଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି। ଶିକ୍ଷକ ପଦବୀ ପୂରଣ କରିବା ପାଇଁ ସ୍କୁଲ ଫାଟକରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମିଶି ଆଜି ତାଲା ପକାଇ ଧାରଣାରେ ବସିଥିଲେ। ତେବେ ଖବର ପାଇ ବୋଲଗଡ଼ ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଅଭିଭାବକଙ୍କୁ ବୁଝାଶୁଝା କରିଥିଲେ । ସୁରକ୍ଷା ଦୃଷ୍ଟିରୁ ବୋଲଗଡ଼ ପୁଲିସ ମଧ୍ୟ ଉପସ୍ଥିତ ଥିବା ଦେଖା ଦେଇଛି । ତେବେ ପ୍ରତିଶ୍ରୁତି ପରେ ଅଭିଭାବକ ଓ ଛାତ୍ର ଛାତ୍ରୀ ଧାରଣାରୁ ହଟିଥିବା ଜଣାପଡିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.