ଭିମପଡ଼ା ର ପ୍ରସିଦ୍ଧ କାକରା ପିଠାକୁ ସ୍ବତନ୍ତ୍ର ମାନ୍ୟତା ଦାବୀ।

0 351

ବୋଲଗଡ,୧୪/୦୯(ପିପିଟି): ବୋଲଗଡ ବ୍ଲକ ଅନ୍ତର୍ଗତ ଭୀମପଡ଼ାର ସୁସ୍ୱାଦୁ ପ୍ରସ୍ତୁତ କାକରା ପିଠା ବେଶ ପ୍ରସିଦ୍ଧ ଲାଭ କରିପାରିଛି। ଭୁବନେଶ୍ୱରରୁ ୫୭ ନମ୍ବର ଖୋର୍ଦ୍ଧା – ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଫେରିବା ରାସ୍ତାର ନୟାଗଡ଼ ଅଭିମୁଖେ ବୋଲଗଡ ବ୍ଳକ ଠାରୁ ୩ କିଲୋମିଟର ଦୂରରେ ଭୀମପଡା ଅବସ୍ଥିତି। ବାପା ଜେଜେ ବାପା ପିଢ଼ିର କାହିଁ କେଁଉ କାଳରୁ ଜଳଖିଆ ପ୍ରସ୍ତୁତ କାରିଗର ମାନେ ଏହି ସୁସ୍ୱାଦୁ କାକରା ପିଠା ତିଆରି କରି ବିକ୍ରି କରି ଆସୁଛନ୍ତି। ଗ୍ରାହକ ମାନେ ଏହି କାକରା ପିଠା ନେବା ପାଇଁ ଖୋର୍ଦ୍ଧା – ବଲାଙ୍ଗୀର ଜିଲ୍ଲା ଦେଇ ଯାଉଥିବା ଓଡିଶା ତଥା ଅନ୍ୟ ରାଜ୍ୟର ଯାତ୍ରୀ ମାନେ ଭୁଲନ୍ତି ନାହିଁ। ଏହି ପ୍ରସିଦ୍ଧ ସୁସ୍ୱାଦୁ ଓ ସୁଦ୍ଧ ଭାବରେ ତିଆରି ହୋଇଥିବାରୁ ପୂଜା ପର୍ବାଣୀ ଓ ବନ୍ଧୁ ବାନ୍ଧବ ଘରୁକୁ ଯିବା ସମୟରେ ନେବା ପାଇଁ ବର୍ଷ ଯାକ ଗହଳି ଲାଗିଥାଏ ।ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ଏହି ପ୍ରସିଦ୍ଧ ସୁସ୍ୱାଦୁ କାକରା ଖାଇବା ପାଇଁ ଦିନ ତମାମ କାକରା ପିଠା ଦୋକାନରେ ଗହଳି ଲାଗିଥାଏ। ଶୁଦ୍ଧ ସୁସ୍ୱାଦୁ କାକରା ପ୍ରସ୍ତୁତ ନିମନ୍ତେ ଅଟା, ସୁଜି,ଚିନି ମିଶ୍ରଣରେ ଜନ୍ତନି କରାଯାଇଥାଏ। ନଡ଼ିଆ, ଗୁଡ଼,ଗୋଲମରିଚ, ଖାଇବା କର୍ପୁର, ଜୁଁଆଣି, ଅଦା ଆଦି ମିଶ୍ରଣରେ ନଡ଼ିଆ ପୁର ପ୍ରସ୍ତୁତ କରାଯାଇ ତେଲ ଅବା ଘିଅରେ ଛଣାଯାଏ। ବିଶେଷ କରି ବର୍ଷ କରେ ଥରେ ସପ୍ତ ପୁରୀ ଅମାବାସ୍ୟା ତିଥିରେ ସମସ୍ତ ଦେବା ଦେବୀଙ୍କ ନିକଟରେ କାକରା ପିଠା ଭୋଗକଲେ ଶୁଭ ଫଳ ମିଳେ ବୋଲି ଲୋକମାନଙ୍କର ବିଶ୍ୱାସ ରହିଅଛି। ଏହି ପବିତ୍ର ଦିବସରେ ସୁସ୍ୱାଦୁ କାକରା ପିଠା ନେବା ପାଇଁ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳି ଥାଏ। ଏହି ଦିନରେ ଛୋଟ ଠାରୁ ବହୁତ ବଡ଼ କାକରା ପିଠା ପ୍ରସୂତ କରାଯାଇଥିବା ବେଳେ ସଜିତ କାକରା ପିଠା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ବହୁ ବର୍ଷ ଧରି କାରିଗର ମାନେ ନିଜର ବଂଶାନୁକ୍ରମେ ସୁସ୍ୱାଦୁ କାକରା ପିଠା ତିଆରି କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ ତତ୍ଵବଧାନରେ କେନ୍ଦ୍ର ସରକାର ଓଡ଼ିଶାର ରସଗୋଲାକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ବେଳେ ଭୀମାପଡା କାକରା ପୀଠାକୁ ସ୍ବତନ୍ତ୍ର ମାନ୍ୟତା ଦେବା ପାଇଁ ବୋଲଗଡ଼ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ଦୃଢ଼ ଦାବୀ କରାଯାଇଅଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.