ଡ଼ିଏଭି ପି.ଟି ଏସ.ଆର ପବ୍ଲିକ ସ୍କୁଲରେ ହିନ୍ଦୀ ଦିବସ ପାଳିତ ।

0 243

ଭଞ୍ଜନଗର,୧୪/୦୯(ପିପିଟି): ସ୍ଥାନୀୟ ଶ୍ରୀ ବିହାର ଠାରେ ଡି଼.ଏ.ଭି ପିଟି.ଏସ୍.ଆର ପବ୍ଲିକ୍ ସ୍କୁଲ ପରିସରରେ ହିନ୍ଦୀ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବେଲଗୁଣ୍ଠାର ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ସ୍ୱାଇଁ ଯୋଗଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ଦ୍ଵାରା ଅତିଥି ମହୋଦୟଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ହିନ୍ଦୀ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶନାରେ ସ୍ମୃତି ସୁବୁଦ୍ଧି ଓ ଶ୍ରୀୟା ସ୍ମୃତି ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ କବିତା ପାଠ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୀ ବିଭାଗର ଶିକ୍ଷୟିତ୍ରୀ ରାଜ ଲକ୍ଷ୍ମୀ ଡାକୁଆ ହିନ୍ଦୀ ଦିବସ ପାଳନ କରିବାର ମହତ୍ତ୍ୱ ବିଷୟରେ ଆଲୋକପାତ କରି ଥିଲେ। ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ପରିଶେଷରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଗୋପାଳ କୃଷ୍ଣ ଗୌଡ ଧନ୍ଯବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.