ମାଲକାନଗିରି,୧୨/୦୯(ପିପିଟି): ମାଲକାନଗିରିରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା କ୍ରମଶ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ୧୦ ଜଣ ବ୍ଯକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ୨୧୦ ଜଣ ସୁସ୍ଥ ହୋଇଥିବା ଜଣା ପଡିଛି । ଡେଙ୍ଗୁ ଜ୍ବର ବର୍ତମାନ ମାଲକାନଗିରି ଜିଲ୍ଲାରେ କାୟା ବିସ୍ଥାର କରିଛି । ଜ୍ବର ହେଲେ ଡେଙ୍ଗୁ ହେବା ସନ୍ଦେହ ଦୃଢିଭୂତ ହେଉଛି । ପୂର୍ବରୁ ୨୦୧୦ ଜଣ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଆରୋଗ୍ଯ ଲାଭ କରିଥିଲା କୁହାଯାଇଛି । ଯେଉଁମାନେ ମୁର୍ମୁଷୁ ରୋଗୀ କୋରାପୁଟ ଓ ଅନ୍ଯାନ୍ଯ ଚିକିତ୍ସାଳୟକୁ ଯାଇ ସୁସ୍ଥ ହୋଇଥିବା ଜଣା ପଡିଛି । ଡେଙ୍ଗୁ ପାଇଁ ନିର୍ଦ୍ଧିଷ୍ଟ କୌଣସି ଔଷଧ ନଥିବାରୁ ଡେଙ୍ଗୁ ହେଲେ ରୋଗୀଙ୍କ ମନରେ ଆରୋଗ୍ଯ ପ୍ରତି ଆଶଙ୍କା ଜନ୍ମିଥାଏ । ତେଣୁ ଘରର ଆଖପାଖରେ ପାଣି ନଜମିବା ଏବଂ ଧୂଆଁ ଦେବାକୁ ଗୁରୁତ୍ବ ଦିଆ ଯାଇଥାଏ । ତେବେ ଗାଁ ଗହଳରେ ବା ପୌରାଞ୍ଚଳରେ ଏଥି ପାଇଁ ଜିଲ୍ଲା ପ୍ରଶାସନ ଜନସଚେତତା ସହ ଫଗିଂ ବା ଧୂଆଁ ଦେବା ଉଚିତ ।
ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ଡେଙ୍ଗୁରେ ଆକ୍ରାନ୍ତ ରୋଗୀମାନେ
ହେଲେ ବାଲିମେଳାରୁ ସରସ୍ବତୀ ପଣ୍ଡା,ମାଲକାନଗିରି ପୌରାଞ୍ଚଳରୁ ଅମିତ ସିଲ,କାହ୍ନୁ ପ୍ରସାଦ ମିଶାଲ, କାଲିମେଳାରୁ ଦୁର୍ଯ୍ଯୋଧନ ମୋଛା, ଜୟନ୍ତ ହାଲଦାର,ବିକାଶ ମଣ୍ଡଳ, ମନୋଜ କୁମାର ମହାପାତ୍ର, କୋରୁକୋଣ୍ଡାରୁ ରଜତ ବୈରାଗୀ, ସୁଚିତ୍ର ମଣ୍ଡଳ, ମାଲକାନଗିରି ବ୍ଲକରୁ ସହିତ କୁମାର ଚୋପାଡି । ଏହି ୧୦ ଜଣ ଡେଙ୍ଗୁ ଆକ୍ରାନ୍ତ ବ୍ଯକ୍ତି ଚିକିତ୍ସିତ ହେଉଥିବା ଜଣା ପଡିଛି । ବର୍ତ୍ତମାନ ଜ୍ବର ହେବା ଯୋଗୁଁ ୨ ହଜାର ୮୦୧ ରୋଗୀଙ୍କୁ ଡେଙ୍ଗୁ ପରୀକ୍ଷା କରାଯାଇଛି । ଏଥି ମଧ୍ଯରୁ ୨୧୦ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ଲକ୍ଷଣ ଦେଖା ଦେଇଥିଲା ।ମାଲକାନଗିରି ପୌରାଞ୍ଚଳରେ ୪୫,ମାଲକାନଗିରି ଗ୍ରାଞ୍ଚଳରେ ୪,ଚିତ୍ରକୋଣ୍ଡା ସହରାଞ୍ଚଳରେ ୬୩,ଗ୍ରାମାଞ୍ଚଳରେ ୧୦,ବାଲିମେଳା ଏନଏସିରେ ୨୬,ପାଣ୍ଡ୍ରିପାଣି ସିଏଚସିରେ ୫,କୋରୁକୋଣ୍ଡା ସିଏଚସିରେ ୨୩,କାଲିମେଳା ସିଏଚସିରେ ୨୧,ମାଥିଲି ସିଏଚସିରେ ୩,ପଡିଆ ସିଏଚସିରେ ୧,କେ ଗୁମ୍ମା ସିଏଚସିରେ ୭ ଏବଂ ସୁକୁମାରୁ ୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ରହି ଚିକିତ୍ସା ପରେ ଆରୋଗ୍ଯ ହୋଇଥିବା କୁହାଯାଇଛି । ବର୍ତ୍ତମାନ ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ମଷାଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଆଗକୁ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ବଢିବାର ଆଶଙ୍କାକୁ ଏଡାଇ ହେବ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଗାଁ ଏବଂ ସହରାଞ୍ଚାଳରେ ଫଗିଂ କରିବାକୁ ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)