ଚକ୍ଷୁ ସମସ୍ୟା ଦୂର ପାଇଁ ସାଇ ସୁଦର୍ଶନ କାର୍ଯ୍ୟକ୍ରମ ।

0 420

ଭଞ୍ଜନଗର,୧୨/୦୯(ପିପିଟି): ମଣିଷ ଶରୀରରେ ଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟରେ ଚକ୍ଷୁ ହେଉଛି ବହୁତ ମୂଲ୍ୟବାନ।ଚକ୍ଷୁ ବିନା ସାରା ଦୁନିଆ ପୁରା ଅନ୍ଧକାର।ତେଣୁ ଚକ୍ଷୁର ଯତ୍ନ,ମୃତ୍ୟୁ ପରେ ଚକ୍ଷୁ ଦାନ ସମ୍ପର୍କରେ ସଚେତନତା ଓ ଦୃଷ୍ଟିହୀନତା ଦୂରୀକରଣ ନିମନ୍ତେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡିଶା ତରଫରୁ ଆରମ୍ଭ ହୋଇଛି ସାଇ ସୁଦର୍ଶନ କାର୍ଯ୍ୟକ୍ରମ। ସୋମବାର ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ,ସତ୍ୟସାଇ ବିଦ୍ୟା ବିହାର, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଓ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏଥିରେ ସାଇ ସୁଦର୍ଶନ ସେବା ସଙ୍ଗଠନର ମୁଖ୍ୟ ନୃସିଂହ ନାଥ,ଗଞ୍ଜାମ ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ଟି. ସୁଦର୍ଶନ ପାତ୍ର, ଜିଲ୍ଲା ସେବା ସଂଯୋଜକ ଶିବ ନାହାକ,ଜିଲ୍ଲା ସଭାପତି-୨ ଦେବାଶିଷ ମିଶ୍ର,ସମାଜସେବୀ ଶୂଳପାଣି ଶତପଥି ଓ ଶିକ୍ଷାବିତ ଅଜିତ କୁମାର ଶତପଥି ଯୋଗ ଦେଇ ଚକ୍ଷୁର ଉପାଦେୟତା, ଚକ୍ଷୁ ସମସ୍ୟାର ସମାଧାନ, ମୃତ ବ୍ୟକ୍ତିଙ୍କ ଚକ୍ଷୁଦାନ ଓ ଦୃଷ୍ଟିହୀନଙ୍କୁ ସାହାଯ୍ୟ କରିବା ଏବଂ ଆଗାମୀ ଦିନରେ କିଭଳି ଅଧିକ ଚକ୍ଷୁଦାତା ସୃଷ୍ଟି କରିବା ଉପରେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସlହିତ ହୋଇ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହାପରେ ସୋରଡ଼ା, ବେଲଗୁଣ୍ଠା,ବୁଗୁଡ଼ା, ପୋଲସରା ଓ ବାଲିପଦର ଠାରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.