ମାଲକାନଗିରି,୧୧/୦୯(ପିପିଟି):
ମାଲକାନଗିରି ସଦର ମହକୁମା ନିକଟସ୍ଥ ନୂତନ ବସ ଷ୍ଟାଣ୍ଡ ନିକଟରେ ଏକ ଆହାର କେନ୍ଦ୍ର ରାଜ୍ଯ ସରକାରଙ୍କ ଦ୍ବାରା ଖୋଲା ଯାଇଛ । ମାତ୍ର ଆଜି ସେହି ଆହାର କେନ୍ଦ୍ରର ନିକଟରେ ଜଣେ ବ୍ୟକ୍ତି ମରିପଡିଥିବା ଦେଖିବାକୁ ମିଳିଛି । ଯାହାକି ଅନାହାର ଜନିତ ମୃତ୍ଯୁ ବୋଲି ଅନୁମାନ କରାଯାଉଛି । ବାସ୍ତବରେ ଏହା ଏକ ହୃଦୟବିଦାରକ ଦୃଶ୍ୟ ।ସରକାରଙ୍କ ଦରିଦ୍ର ଗରିବ କଲ୍ୟାଣ ଯୋଜନା ଅତ୍ଯାବଶ୍ଯକ ଜନତାଙ୍କ ହିତରେ କାର୍ଯ୍ଯକାରୀ ହେଉନଥିବା ମନେ ହେଉଛି । ଆଜି ବସଷ୍ଟାଣ୍ଡ ମଧ୍ୟରେ ଥିବା ଆହାର କେନ୍ଦ୍ର ପରିସରରେ ଏକ ବ୍ୟକ୍ତି ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ମାଲକାନଗିରି ସଦର ନିକଟସ୍ଥ ମୁଣ୍ଡାଗୁଡା ଗ୍ରାମର ରାମଚନ୍ଦ୍ର (୪୦) ବୋଲି କୁହାଯାଇଛି । ତେବେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ଅନାହାର ମୃତ୍ୟୁ ବୋଲି ଉପସ୍ଥିତ ଜନ ସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି । ତଦନ୍ତ ପରେ ପ୍ରକୃତ ରହସ୍ଯ ଜଣାପଡିବ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post