ଲଗାଣ ବର୍ଷାରେ ଭାଙ୍ଗିଲା ଘର, କାନ୍ଥ ପଡ଼ି ୨ ଗାଈ ମୃତ ।

0 239

ବାଲିଗୁଡା,୧୧/୦୯(ପିପିଟି): ସମଗ୍ର କନ୍ଧମାଳ ଜିଲ୍ଲାରେ ଆଜକୁ ଦୁଇଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି, ଯାହା ଫଳରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଧ୍ୟ ତୁହାକୁ ତୁହା ବର୍ଷା ହେଉଛି। ଏ ନେଇ ରବିବାର ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈକୁ ଗୁରୁତର ଭାବେ ଉଦ୍ଧାର କରି ଚିକିତ୍ସା କରାଯାଇଛି। ସ୍ଥାନୀୟ ପ୍ରାଣୀଧନ ବିଶେଷଜ୍ଞ ଦୀପକ ପ୍ରଧାନ ଏହାର ଚିକିତ୍ସା କରିଛନ୍ତି। ପ୍ରକାଶ ଯେ, ବୁଡ଼ୁଙ୍କ ଘରକୁ ଲାଗି ତାଙ୍କ ଗୁହାଳ ରହିଛି। ବର୍ଷା ଯୋଗୁଁ ଘର କାନ୍ଥ ଭୁଶୁଡ଼ି ଗୁହାଳ ଘରେ ପଡ଼ିଥିଲା। ଫଳରେ ଏପରି ଅଘଟଣ ଘଟିଥିଲା। ସେହିପରି ଏହି ଲଗାଣ ବର୍ଷା ଯୋଗୁଁ ସମଗ୍ର କନ୍ଧମାଳ ଜିଲ୍ଲାରେ ପନିପରିବା ଚାଷରେ ମଧ୍ୟ ବହୁ କ୍ଷତି ଘଟିଥିବା ଜଣାପଡ଼ିଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.