ଉପସ୍ଥାନ ବୃଦ୍ଧି ପାଇଁ ଅଭିଭାବକଙ୍କୁ ସଚେତନ ।

0 317

ମାଲକାନଗିରି,୧୧/୦୯(ପିପିଟି):
ଆଦିବାସୀ ଅଧ୍ଯୁଷିତ ମାଲକାନଗିରିରେ ଅଧିକାଂଶ ଉଚ୍ଚ ବିଦ୍ଯାଳୟଗୁଡିକରେ ଛାତ୍ରଛାତ୍ରୀମାନେ ପାଠ ପଢିବା ଲାଗି ଆଗ୍ରହ ଦେଖାଉ ନଥିବା ବେଳେ ଅଧାରୁ ପାଠ ଛାଡି ଚାଲି ଯାଉଥିବା ଦେଖା ଦେଇଛି । ଏଣେ ସରକାର ପୁରୁଣା ସ୍କୁଲ କାନ୍ଥରେ ଚୁନମାରି ସାଜ୍ଜସଜ୍ଜା କରୁଥିଲେ ମଧ୍ଯ ଏହି ସୌନ୍ଦର୍ଯ୍ଯ ପରିପାଟି ଆଦିବାସୀ ପିଲାଙ୍କୁ ଆକୃଷ୍ଟ କରି ପାରୁ ନାହିଁ । ଏଣେ ୫ଟି ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀାନଙ୍କ ଉପସ୍ଥାପନ ହ୍ରାସ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ସଜାଡିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଶିକ୍ଷାଧିକାରୀ ମାନସ କୁମାର ଜେନା ବର୍ତ୍ତମାନ ସ୍କୁଲ ସ୍କୁଲକୁ ଗସ୍ତ କରି ଅଭିଭାବକମାନଙ୍କୁ ସଚେତନତା କରିବା ପାଇଁ ଅଣ୍ଟା ଭିଡିଥିବା ଜଣା ପଡିଛି । ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆରଏସସି-୬ରେ ୫ ଗୋଟି ବିଦ୍ଯାଳୟର ପ୍ରାୟ ୫୦ ଜଣ ଅଭିଭାବକମାନଙ୍କୁ ନେଇ ଏକ ଶିକ୍ଷା ସଂପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ମାଲକାନଗିରି ଜିଲ୍ଲାରେ ୫୦ରୁ ଉର୍ଦ୍ଧ୍ଵ ବିଦ୍ୟାଳୟକୁ ୫ଟି ବଦ୍ୟାଳୟ ଭାବେ ରୁପାନ୍ତରିକରଣ କରା ଯାଇଛି । ଏହି ବିଦ୍ୟାଳୟ ଗୁଡିକରେ କିପରି ଉନ୍ନତମାନର ଶିକ୍ଷା, ପାଠାଗାର, ବିଜ୍ଞାନାଗାର, କମ୍ପୁଟର ଶିକ୍ଷା, ଇତ୍ୟାଦି ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରିବେ ସେଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସେହି ସବୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସଚେତନ କରାଇଥିଲେ । ମାଲକାନଗିରି ଜିଲ୍ଲାରେ ଅଧିକାଂଶ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବା ବେଳେ ୫ଟି ବିଦ୍ୟାଳୟର ରୂପାନ୍ତରିକରଣ ପରେ ଛାତ୍ରଛାତ୍ରୀମାନେ କିପରି ଆକୃଷ୍ଟ ହୋଇ ବିଦ୍ୟାଳୟକୁ ଆସି ଶିକ୍ଷା ବିଭାଗର ସମସ୍ତ ସୁବିଧାକୁ ବ୍ଯବହୃତ କରି ପାରିବେ ସେଥିପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନଙ୍କୁ ସଚେତନ କରିଛନ୍ତିା ଆଜି ଚିତ୍ରକୋଣ୍ଡା ବ୍ଲକର ଆର୍‌ଏସ୍‌ସି-୬ ଗ୍ରାମର ୫ଟି ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ଵ ଅଭିଭାବକଙ୍କୁ ନେଇ ଏକ ବୈଠକରେ ଶିକ୍ଷା ଏବଂ ଶିକ୍ଷାର ଉନ୍ନତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.