ବ୍ୟାଟେରୀ ଗାଡ଼ି ଶୋ’ ରୁମରୁ ଗୁଟଖା ଜବତ ଘଟଣା; ମାଲିକ ଗିରଫ ସହଯୋଗୀ ଫେରାର ।

0 952

ବ୍ରହ୍ମପୁର,୧୦/୦୯(ପିପିଟି):ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ -ଦିଗପହଣ୍ଡି ଯିବା ରାସ୍ତାରେ ଥିବା ବ୍ୟାଟେରୀ ଗାଡ଼ି ଶୋ’ ରୁମରୁ ଗୁଟଖା ଜବତ ଘଟଣାରେ ଆଜି କାଳୁପାତ୍ର ସାହିର ଅରୁଣ ସାହୁଙ୍କୁ କୋର୍ଟ ଚାଲାଣ କରିଛି ବଡ ବଜାର ଥାନା ପୁଲିସ। ଗାଡ଼ି ସୋ ରୁମ ଭିତରେ ବେଆଇନ ଗୁଟଖା ପ୍ରସ୍ତୁତ ହେଉଥିବାରୁ ପୁଲିସ ୧୭ଟି ବ୍ୟାଟେରୀ ଗାଡିକୁ ମଧ୍ୟ ଜବତ କରିଛି ମ ଲକ୍ଷାଧିକ ଟଙ୍କାର ପ୍ରସ୍ତୁତି ସାମଗ୍ରୀ, ୫ଲକ୍ଷ ଟଙ୍କାର ମେସିନ୍ ଓ ୩୨ବସ୍ତା ଗୁଟଖା ଜବତ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଫେରାର ଥିବା ସହଯୋଗୀକୁ ପୁଲିସ ଖୋଜୁଥିବା ଜଣାପଡିଛି ।
(ରିପୋର୍ଟ-ଆରତ କୁମାର ହୋତା। )

Leave A Reply

Your email address will not be published.