ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଦୁଇ କିରାଣି।

0 766

ବ୍ରହ୍ମପୁର,୦୯/୦୯(ପିପିଟି):ଲାଞ୍ଚ ନେଇ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର ଦୁଇଜଣ କନିଷ୍ଠ କିରାଣି ବ୍ରହ୍ମପୁର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ସେମାନେ ହେଲେ ଡିଇଓ କାର୍ଯ୍ଯାଳୟର କନିଷ୍ଠ କିରାଣି ସୁଶୀଲ କୁମାର ପଟ୍ଟନାୟକ ଏବଂ ଆସ୍କାସ୍ଥିତ ଜୟପୁର ନୋଡାଲ ହାଇସ୍କୁଲର କନିଷ୍ଠ କିରାଣି ପ୍ରଦୀପ କୁମାର ମହାନ୍ତି। ଏହି ହାଇସ୍କୁଲର ଅବସର ପ୍ରାପ୍ତ ସାଇନ୍ସ ଆଟେଣ୍ଡାଣ୍ଟ କାଳୀଚରଣ ପାଣିଗ୍ରାହୀଙ୍କ ପେନ୍‍ସନ୍ ଓ ଅନ୍ଯାନ୍ଯ ସୁବିଧା ଚୂଡାନ୍ତ କରାଇବା ପାଇଁ ଦୁହେଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଥିଲା। ସୁଶୀଲଙ୍କ ଠାରୁ ୭ହଜାର ଓ ପ୍ରଦୀପଙ୍କ ଠାରୁ ୩ହଜାର ଟଙ୍କା ଜବତ କରାଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ କେସ ନଂ ୧୭/୨୦୨୨ରେ ମାମଲା ରୁଜ୍ଜୁ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯିବ। ଗଞ୍ଜାମ ଜିଲ୍ଲାର ଡିଇଓ ଓ ସମସ୍ତ ବିଇଓ କାର୍ଯ୍ଯାଳୟରେ ବ୍ଯାପକ ଲାଞ୍ଚ କାରବାର ଚାଲିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଜାଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବାନେଇ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଥିବା ଚର୍ଚ୍ଚାକୁ ମଧ୍ଯ ଭିଜିଲାନ୍ସ ଦୃଷ୍ଟି ଦେଉ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave A Reply

Your email address will not be published.