ଭୁଡ଼ିକି ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ୩୦୦୧ ଦୀପ ଦାନ ।

0 292

ସାନଖେମୁଣ୍ଡି,୦୬/୦୯(ପିପିଟି): ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ଗଣେଶ ପୂଜା ଧୁମଧମରେ ପାଳନ କରାଯାଇ ପାରୁନଥିଲା । କିନ୍ତୁ ଏହି ବର୍ଷ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ଯୋଗୁଁ ଗଣେଶ ପୂଜା ଧୁମ୍ ଧାମ ରେ ପାଳନ କରାଯାଉଥିବା ଭୁଡ଼ିକୀ ଗ୍ରାମରେ ଦେଖିବାକୁ ମିଳିଛି । ସାନଖେମୁଣ୍ଡି ବ୍ଲକ୍ ଅଧୀନସ୍ଥ ଭୁଡିକି ଗ୍ରାମରେ ପବିତ୍ର ଗଣେଶ ପୂଜା ପାଳନ କରାଯାଇଛି । ପ୍ରଭୁ ବିଘ୍ନରାଜଙ୍କୁ ୩୦୦୧ ଦୀପ ଦାନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଗ୍ରାମର ମଙ୍ଗଳ କାମନା କରିଛନ୍ତି କମିଟି ବୃନ୍ଦ ମାନେ । କାର୍ଯ୍ୟକ୍ରମରେ ଭୂଡ଼ିକି ଗ୍ରାମର ଅଧ୍ୟକ୍ଷ ଏ.କାହ୍ନୁ ଦୋରା , ଉପାଧ୍ୟକ୍ଷ ଭୀମ ମହାଙ୍କୁଡ଼, କୋଷାଧ୍ୟକ୍ଷ ଏ.ସନ୍ଦୀପ ଦୋରା , କମିଟି ମୁନା ମହାରଣା , ସୁନୀଲ ଦୋରା , ରବି ପାତ୍ର , ପିଣ୍ଟୁ ମହାଙ୍କୁଡ଼ , ଶିବ ମହାଙ୍କୁଡ଼ , ହୋଲି ଦୋରା ଏବଂ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ସମାଜସେବୀ ଏ.ଶ୍ରୀ ନିବାସ ଦୋରା । ଗ୍ରାମରେ ଏଭଳି ଆୟୋଜନ କରିଥିବାରୁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ଖୁସିର ଲହରୀ ଖେଳିଯାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.