ବଡକୋଦଣ୍ଡାରେ ପାଗଳ ହନୁ ଆତଙ୍କ ।

0 426

ଭଞ୍ଜନଗର,୦୬/୦୯(ପିପିଟି): ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଶିବ ମନ୍ଦିର ସାହି ରେ ଗୋଟିଏ ପାଗଳ ହନୁମାଙ୍କଡ଼ ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିଲା। ମାଙ୍କଡ଼ଟି କାହାକୁ ଗୋଡାଇ ଗୋଡ଼ାଇ କାମୁଡୁଥିଲା ତ କାହାର ସାଇକେଲ, ମୋଟର ସାଇକେଲ ଆଦିକୁ ଧକ୍କା ମାରି ତଳେ ପକାଇ ଦେଉଥିଲା। ମାଙ୍କଡ଼ ଭୟରେ ମନ୍ଦିରକୁ ଆସୁଥିବା ଭକ୍ତ ତଥା ନିକଟସ୍ଥ ପଞ୍ଚାୟତ ଅଫିସକୁ ଆସୁଥିବା ଲୋକମାନେ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀମାନେ ଆତଙ୍କିତ ହୋଇ ରହୁଥିଲେ। ଗତକାଲି ସନ୍ଧ୍ୟାରେ ମନ୍ଦିର ପୂଜକ ତ୍ରିଲୋଚନ ରଣାଙ୍କୁ ହନୁଟି ଆକ୍ରମଣ କରି କାମୁଡି ପାକାଇଥିଲା। କୌଶଳ କରି ପୂଜକ ମନ୍ଦିର ବାହାରକୁ ଆସି ଗ୍ରିଲ ବନ୍ଦ କରି ହନୁଟିକୁ ଭିତରେ ରଖି ଦେଇଥିଲେ। ପରେ ଲୋକମାନେ ସେଠାରେ ପହଞ୍ଚି ପୂଜକଙ୍କୁ ଚିକିତ୍ସା ପାଇଁ ନେଇଥିଲେ ଏବଂ ପାଗଳ ହନୁଟିକୁ କାବୁ କରି ତାର ହାତ ଓ ଗୋଡ ବାନ୍ଧିବାରେ ସକ୍ଷମ ହୋଇଥିଲେ। ଖବର ପାଇ ବନ କର୍ମଚାରୀ ଆସି ମାଙ୍କଡ଼ଟିକୁ ନେଇଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.