ମେଡ଼ିକାଲ ଡଷ୍ଟବିନରୁ ୨ଟି ମୃତ ଛୁଆ ଉଦ୍ଧାର ।

0 505

ଭଞ୍ଜନଗର,୦୬/୦୯(ପିପିଟି): ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମେଡ଼ିକାଲ ପରିସରରେ ଥିବା ଏକ ଡ଼ଷ୍ଟବିନରୁ ଅଳିଆ ସବୁ ସ୍ଥାନାନ୍ତର କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଟ୍ରାକ୍ଟର ଲାଗିଥିବା ବେଳେ ସଫେଇ କର୍ମଚାରୀ ମାନଙ୍କୁ ଅଳିଆ ଗଦାରୁ ୨ଟି ସଦ୍ୟଜାତ ଶିଶୁଙ୍କ ମୃତଦେହ ମିଳିଥିଲା। ଯାହାକୁ ନେଇ ସେଠାରେ ବିଭିନ୍ନ କଳ୍ପନା ଜଳ୍ପନା ଲାଗିରହିଥିଲା। କେହି ମେଡ଼ିକାଲ କର୍ମଚାରୀ ନଚେତ ଉକ୍ତ ଶିଶୁର ପରିବାର ସଦସ୍ୟ ମୃତଦେହକୁ ନେଇ ଗାତ ଖୋଳି ପୋତିବା ବଦଳରେ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏସମ୍ପର୍କରେ ଭଞ୍ଜନଗର ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥିଙ୍କୁ ପଚାରିବାରେ ଗତ ୩ଦିନ ମଧ୍ୟରେ ମେଡ଼ିକାଲ ରେକର୍ଡରୁ ପ୍ରସବ ସମୟରେ କୌଣସି ଶିଶୁର ମୃତ୍ୟୁ ଘଟି ନଥିବା ଜଣାପଡିଥିବା ବେଳେ ଆଖପାଖ ଅଞ୍ଚଳର କୌଣସି ଯୁବତୀ ନିଜ ଅବାଂଛିତ ମାତୃତ୍ୱକୁ ଲୁଚେଇବାକୁ ଯାଇ ଏପରି କରିଥାଇ ପାରେ ବୋଲି ସେ କହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.