ଜରାନିବାସରେ ଗୁରୁଦିବସ ପାଳନ।

0 293

ବୋଲଗଡ଼,୦୫/୦୯(ପିପିଟି)ସ୍ୱାଧିନଭାରତର ଦ୍ୱିତୀୟ ରାଷ୍ଟ୍ରପତି, ଦାର୍ଶନିକ ତଥା ଶିକ୍ଷାବିତ୍ ସର୍ବପଲ୍ଲୀ ଡ.ରାଧାକ୍ରୀଷ୍ନନ ଜୟନ୍ତୀ ତଥା ଗୁରୁଦିବସ ପାଳନ ଅବସରରେ ୧୮୧୭ ଭାରତରେ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା କାଳିଆଭୁଇମୁଳ ସ୍ମୃତି ପରିଷଦ ବାଙ୍କୋଇ ଏବଂ ଷ୍ଟାପ ସତ୍ ସେବାସଂଘ ସାଗରଗୁଆଁ, ବୋଲଗଡ଼,ଖୋର୍ଦ୍ଧା ତରଫରୁ ପରିଷଦର କାର୍ଯ୍ୟକାରୀ ସଭାପତି ଡଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ସାଗରଗୁଆଁ ଅଲ୍ଟ୍ରାଦ୍ୱାରା ପରିଚାଳିତ ଜରାନିବାସ ଓ ହାଟବସ୍ତ ତଥା ବରିଷ୍ଠ ନାଗରିକ ନିବାସ , ସାଗରଗୁଆଁ ଅନ୍ତେବାସୀଙ୍କ ଗହଣରେ ପବିତ୍ର ଗୁରୁଦିବସ ପାଳନ ହୋଇଅଛି। ଏଥିରେ ବରିଷ୍ଠ ଅନ୍ତେବାସୀ ଉଦୟନାଥ ଡାକୁଆ ଙ୍କୁ ଅର୍ଚ୍ଚନା ବନ୍ଦନ କରାଯାଇ ସମସ୍ତ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଡଃ.କୃଷ୍ନ ଚନ୍ଦ୍ର ପଟ୍ଟନାୟକ ନିଜର ସୁଲଳିତ କଣ୍ଠରେ ସମସ୍ତଙ୍କୁ ଗୁରୁବନ୍ଦନା ତଥା ଶୁଣାଇଥିଲେ। ଅନ୍ତେବାସୀ ମାନେ ଆନନ୍ଦରେ ହୁଳହୁଳି, ହରିବୋଲ ଦେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକରିଥିଲେ। ଏହି କାର୍ଯ୍ୟକ୍ରମରେ ତତ୍ୱାବଧାନରେ ଥିବା ପ୍ରକାଶ ଚନ୍ଦ୍ର ବାରିକଙ୍କ ସହଯୋଗ ପ୍ରଶଂସନୀୟ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.