ବ୍ରହ୍ମପୁର,୦୫/୦୯(ପିପିଟି):ଜାତୀୟ ପତାକା କୁ ଅଧିକ ଗୁରୁତ୍ୱ ଓ ସମ୍ମାନ ଦେବା ପାଇଁ ଭାରତ ସରକାର ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରି ଥିଲେ । ତତ୍ ସଙ୍ଗେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ସମସ୍ତେ ନିଜ ଘରେ, ବ୍ୟବସାୟୀ କେନ୍ଦ୍ର, ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଏହି ତ୍ରିରଙ୍ଗା ପତାକାକୁ ଲଗେଇ ପାରିବେ । କିନ୍ତୁ ଜାତୀୟ ପତାକା କୁ କିଭଳି ଅସମ୍ମାନ କରାଯାଇଛି ତାହା ଦେଖିବାକୁ ମିଳିଛି ଖୋଦ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ପୌରପରିଷଦ କାର୍ଯ୍ୟାଳୟରେ । ଜନୈକ ଦେଶପ୍ରେମୀ କୌଣସି ଏକ କାର୍ଯ୍ୟନେଇ ହିଞ୍ଜିଳି ପୌରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଯିବା ସମୟରେ ହିଞ୍ଜିଳି ପୌରପରିଷଦ ପରିସର ମଧ୍ୟରେ ଥିବା ଡ଼ଷ୍ଟବିନ ମଧ୍ୟରେ ଗୋଟିଏ ଏବଂ ଅନ୍ଯଟି ସିଡ଼ି ତଳେ ଜାତୀୟ ପତାକା ଫିଙ୍ଗି ଦିଆଯାଇଥିବା ଫୋଟ ଓ ଭିଡ଼ିଓ ଉତ୍ତୋଳନ କରିଥିଲେ । ଜାତୀୟ ସ୍ତରରେ ମାନ୍ୟତା ପାଇଥିବା ହିଞ୍ଜିଳିକାଟୁ ସହରରେ ଅବସ୍ଥିତ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା ମର୍ମାହତ କରିଛି ।
(ରିପୋର୍ଟ -ଅଜିତ କୁମାର ପଟ୍ଟନାୟକ ।)
Prev Post