ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳନ ।

0 281

ଭଞ୍ଜନଗର,୦୫/୦୯(ପିପିଟି): ସ୍ଥାନୀୟ ଶ୍ରୀ ବିହାର ଠାରେ ଡ଼ିଏଭି ପି.ଟି ଏସ.ଆର ପବ୍ଲିକ ସ୍କୁଲ ପରିସରରେ ଗୁରୁ ଦିବସ ପାଳନ କରାଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଦିବସର ଉଦ୍ଦେଶ୍ୟ ତଥା ପାଳନର ମହତ୍ତ୍ୱ ବିଷୟରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହି ଅବସରରେ ନାଚ, ଗୀତ,ଏକକ ଅଭିନୟ, ବକୃତା, କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟମାନେ ସହଯୋଗ କରିଥିଲେ। ସେହିପରି ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ମଧ୍ୟ ଗୁରୁ ଦିବସ ପାଳନ କରାଯାଇଛି। ଏଥିରେ ବିଦ୍ୟାଳୟର ସଭାପତି ଶୂଳପାଣି ଶତପଥୀ, ପ୍ରଧାନ ଶିକ୍ଷକ ପଞ୍ଚାନନ ସାହୁ ଯୋଗ ଦେଇଥିଲେ। ଏହି ଦିବସ ସମ୍ପର୍କରେ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ମହାନ୍ତି ଏବଂ ସଂସ୍କୃତ ଶିକ୍ଷକ ପଦ୍ମନାଭ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୁତ କରାଯାଇଥିଲା।ଶେଷରେ ଶିକ୍ଷକ ରାମ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ସହରରେ ଥିବା ସତ୍ୟ ସାଇ ବିଦ୍ୟା ବିହାର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁବି ହାଇସ୍କୁଲ, ଡିବି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଶ୍ରୀବତ୍ସ ବିଦ୍ୟାଳୟ , ତ୍ରିପାଠୀ ଟ୍ୟୁଟୋରିଆଲ,ଶାରଦା ଟ୍ୟୁଟୋରିଆଲରେ ମଧ୍ୟ ଗୁରୁ ଦିବସ ପାଳନ କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.