ଭଞ୍ଜନଗର,୦୪/୦୯(ପିପିଟି):ଗତ ୩୧ତାରିଖରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଙ୍ଗଠନ ପକ୍ଷରୁ ବେଶ ଧୁମଧାମରେ ପାଳନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶୁକ୍ରବାର କେତେକ ସ୍ଥାନରେ ଭଷାଣି ଅନୁଷ୍ଠିତ ହୋଇଥିଲା। ଆଉ କିଛି ଅନୁଷ୍ଠାନ ରବିବାର ଗଣେଶ ମୂର୍ତ୍ତି ବିସର୍ଜନ କରିଥିଲେ। ସେହିପରି ଭଞ୍ଜନଗର ର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ମଧ୍ୟ ଭାଷାଣି କରାଯାଇଥିଲା।ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ରଙ୍ଗ ବେରଙ୍ଗ ଆଲୋକରେ ଡିଜେର ତାଳେ ତାଳେ ନୃତ୍ୟ ପରିବେଷଣ କରି ଭଞ୍ଜନଗର ସହର ପରିକ୍ରମା କରିବା ପରେ ଜଳଭଣ୍ଡାର ଠାରେ ମୂର୍ତ୍ତି ବିସର୍ଜନ କରିଥିଲେ।ଏଥିରେ ସଙ୍ଗଠନର ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ, ମାଷ୍ଟର ପିଣ୍ଟୁ, ପ୍ରମୋଦ, ଦିଲୀପ, ଯୋଗେନ୍ଦ୍ର, ରୋହିତ,ଗଣେଶ, ଚନ୍ଦନ, ବିକାଶ ଓ ଅନ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post
Next Post