କୁକୁଡାଖଣ୍ଡି ବ୍ଲକର ୧୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ହାଇକୋର୍ଟରେ ମାମଲା।

0 826

ବ୍ରହ୍ମପୁର,୦୩/୦୯(ପିପିଟି):କୁକୁଡାଖଣ୍ଡି ବ୍ଲକର ୧୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଉଚ୍ଚ ନ୍ୟାୟାଳୟରେ ମାମଲା ହୋଇଛି। ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ୨୦୧୯ ଠାରୁ ପର୍ଯ୍ଯାୟ କ୍ରମେ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇ ଆସୁଛି ।ଗଞ୍ଜାମ ଜିଲ୍ଲାରେ ତଦନ୍ତ ମନ୍ଥର ଗତିରେ ଚାଲିଛି। ସାମାଜିକ କର୍ମୀ ସମରଜିତ୍ ମହାନ୍ତି କୁକୁଡାଖଣ୍ଡି ବ୍ଲକର ଜାଲ ସାର୍ଟିଫିକେଟ ତଦନ୍ତ ପାଇଁ ହାଇକୋର୍ଟ ରେ ଆବେଦନ କରିଥିଲେ। ହାଇକୋର୍ଟ କେସ ନମ୍ବର CRLMP/1832/2020 ରେ ମାମଲା ହୋଇଛି। ଏଥିରେ ରାଜ୍ଯ ସରକାର, ପ୍ରମୁଖ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଡିଜି ପୁଲିସ, ଜିଲ୍ଲାପାଳ, ଗଞ୍ଜାମ ଓ ଏସପି ବ୍ରହ୍ମପୁରଙ୍କୁ ପକ୍ଷଭୁକ୍ତ କରାଯାଇଛି। ସମରଜିତ୍ ମହାନ୍ତିଙ୍କ ପକ୍ଷରୁ ଓକିଲ ସନ୍ତୋଷ କୁମାର ମହାନ୍ତି ମାମଲା ଦାୟର କରିଛନ୍ତି।

Leave A Reply

Your email address will not be published.