ଘର ଆଗରୁ ଟ୍ରାକ୍ଟର ଚୋରି; ଉପସ୍ଥିତ ବୁଦ୍ଧି ଖଟାଇ ଚାରି ଘଣ୍ଟା ଭିତରେ ଗ୍ୟାରେଜ୍ ରୁ ଟ୍ରାକ୍ଟରକୁ ଠାବ କଲା ପୁଲିସ।

0 315

ବେଲଗୁଣ୍ଠା,୦୩/୦୯(ପିପିଟି):ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀ ଗ୍ରାମର ସୂର୍ଯ୍ୟ ପ୍ରଧାନ ନିଜର OD32A9070 ନମ୍ବର୍ ବିଶିଷ୍ଟ ଟ୍ରାକ୍ଟର୍ କୁ ରାତିରେ କାମ ସାରି ନିଜର ଘର ଆଗରେ ରଖିଥିଲେ । କିଛି ଦୁର୍ବୃତ୍ତ ରାତ୍ରି ଗୋଟାଏରୁ ଦୁଇଟା ମଧ୍ୟରେ ଟ୍ରାକ୍ଟରଟିକୁ ଚୋରି କରି ଭଞ୍ଜନଗର ନେଇଯାଇଥିଲେ । କିଛି ସମୟ ପରେ ଟ୍ରାକ୍ଟର୍ ମାଲିକ ଶ୍ରୀ ପ୍ରଧାନ ଏବଂ ତାଙ୍କ ଘର ଲୋକେ ଘର ଆଗରେ ଟ୍ରାକ୍ଟର୍ ନଥିବା ଦେଖି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କୁ ଖବର ଦେଇଥିଲେ । ଏହାପରେ ଟ୍ରାକ୍ଟର୍ ମାଲିକ ଏବଂ ବେଲଗୁଣ୍ଠା ପୋଲିସ୍ ମିଳିତ ଭାବେ ସହରରେ ଲାଗି ଥିବା ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ଏବଂ ଆଜି ଭୋର୍ ରୁ ବେଲଗୁଣ୍ଠା ପୋଲିସ୍ ଟ୍ରାକ୍ଟର୍ ଟିକୁ ଭଞ୍ଜନଗରର ଏକ ଗ୍ୟାରେଜରୁ ଠାବ କରିଥିଲେ । ଟ୍ରାକ୍ଟରଟିକୁ କାଟି କବାଡିଆଙ୍କୁ ବିକ୍ରି କରାଯିବା ଉଦ୍ଦେଶ୍ୟରେ ଗ୍ୟାରେଜରେ ରଖାଯାଇଥିଲା ବୋଲି ବେଲଗୁଣ୍ଠା ପୋଲିସ୍ ପ୍ରକାଶ କରିଛି । ଏନେଇ ପୋଲିସ୍ ଟ୍ରାକ୍ଟର୍ ଟିକୁ ଜବତ କରି ଗ୍ୟାରେଜ ମାଲିକକୁ ଆଣି ଅଟକ ରଖି ଅଧିକ ପଚରା ଉଚରା କରୁଛି । ଘଟଣା ସମ୍ପର୍କରେ ବେଲଗୁଣ୍ଠା ଥାନାରେ ୨୬୭/୨୨ ରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାର କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ପୋଲିସ୍ ଅଧିକ ଖୋଳତାଡ କରୁଛି । ଦିନେ ଦୁଇଦିନ ମଧ୍ୟରେ ସମସ୍ତ ଚୋରକୁ ଧରି କୋର୍ଟଚାଲାଣ କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.