୧୮୦ କେଜି ଗଞ୍ଜାଇ ଜବତ ,୫ ଜଣଙ୍କୁ ଗିରଫ ।

0 290

ମାଲକାନଗିରି,୦୨/୦୯(ପିପିଟି):ମାଲକାନଗିରି ସଦର ପୁଲିସ ଦ୍ବାରା ଗଞ୍ଜେଇ ଜବତ ହେବା ସହ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ , ଗତକାଲି ରାତିରେ ମାଲକାନଗିରି ଥାନା ଏସ୍‌ଆଇ କେ.ସଙ୍ଗନା ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା ଗୌଡ଼ଗୁଡ଼ା ଛକ ନିକଟରେ ରାତ୍ରି ପାଟ୍ରୋଲିଂ ସମୟରେ ଏକ ଟ୍ରାକ୍ଟରକୁ ( ଆର୍.ଜେ. ୨୫ ଆର୍ ଏ.୩୫୭୫ ) ଅଟକାଇ ଯାଞ୍ଚ କରିଥିଲେ । ଟ୍ରାକ୍ଟର ଡାଲାରେ ଏକ ଗୁପ୍ତ ସ୍ଥାନରେ ଗଞ୍ଜେଇ ଥିବା ଜାଣି ଉକ୍ତ ଗଞ୍ଜେଇକୁ ଜବତ କରିଥିଲେ । ମୋଟ ୧୮୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛନ୍ତି । ଏହି ୫ ଜଣ ରାଜସ୍ଥାନର ଭରତପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଏଥ୍‌ସହ ଗୋଟିଏ ମୋଟର ସାଇକଲ ମଧ୍ୟ ଜବତ କରିଛନ୍ତି । ସେମାନଙ୍କ ନିକଟରେ ଥିବା ୧ , ୯୦୦ ଟଙ୍କା ଜବତ କରିବା ସହ ମାଲକାନଗିରି ଥାନା କେଶ୍ ନଂ . ୫୧୨ / ୨୨ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.