କନ୍ଧମାଳରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ।

0 253

କନ୍ଧମାଳ,୦୧/୦୯(ପିପିଟି): ସମଗ୍ର ଦେଶରେ ସେପ୍ଟେମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରା ଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖାର ସଭାପତି ସାମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଫିରିଙ୍ଗିଆ ବ୍ଲକର ଗୋଛାପଡା ଶାଖା ସହ ବ୍ଲକର ୨୪ଟି ପଞ୍ଚାୟତର ସମସ୍ତ ବର୍ଗର ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ। ଏହି ଅବସରରେ ଫିରିଙ୍ଗିଆ ଗାୟତ୍ରୀ ମନ୍ଦିର ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଜନସାଧାରଣଙ୍କୁ ଡ୍ରାଇଭର ମାନେ ସଚେତନତା କରିଥିଲେ। ଏହାସହ ଫୁଲବାଣୀ ବାଲିଗୁଡା ମୁଖ୍ୟରାସ୍ତାର ବ୍ଲକ ଛକ ନିକଟରେ ରାସ୍ତାରେ ଯିବା ଆସିବା କରୁଥୁବା ଯାନବାହନ ଗୁଡ଼ିକୁ ସଚେତନତା ପତ୍ରିକା ଦେବା ସହ ଡ୍ରାଇଭର ମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଶାଖାର ଉପସଭାପତି ବଂଶୀଧର ସାହୁ, ସମ୍ପାଦକ ସୌମିନ କୁମାର ମିଶ୍ରଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।

Leave A Reply

Your email address will not be published.