ପୋଲସରା,୦୧/୦୯(ପିପିଟି): ବୀମାଧାରି ମାନଙ୍କୁ ଅଧିକ ବୋନସ୍ ଦେବା ଓ ସେମାନେ ନେଉଥିବା ରସୁଣ ଉପରେ ସୁଧ କମାଇବା ସହିତ ଅନ୍ୟ କେତେକ ଦାବି ନେଇ ଆଜି ପୋଲସରା ଅଞ୍ଚଳ ର ଜୀବନ ବୀମା ଅଭିକର୍ତ୍ତା (ଏଜେଣ୍ଟ) ମାନେ ପୋଲସରା କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଜ ପରିଧାନ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ସମୂହର ସର୍ବ ଭାରତୀୟ ମିଳିତ ମଞ୍ଚର ଆହ୍ୱାନ କ୍ରମେ ଆଜି ଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଅଭିକର୍ତ୍ତା ସଂଘର କର୍ମକର୍ତ୍ତା ମାନେ। ସୂଚନାଯୋଗ୍ୟ ଯେ ଆଜି ହେଉଛି ଭାରତୀୟ ଜୀବନ ବୀମା ନିଗମ ର ୬୭ ତମ ପ୍ରତିଷ୍ଠା ଦିବସ। ଏଣୁ ନିଗମ ପକ୍ଷରୁ ପ୍ରତିବର୍ଷ ପରି ଏକ ସପ୍ତାହ ବ୍ୟାପୀ ବୀମା ସପ୍ତାହ ପାଳନ ପୂର୍ବକ ବିଭିନ୍ନ ପ୍ରକାର ଉତ୍ସବ ଆୟୋଜନ କରା ଯାଉଛି। ମାତ୍ର ଅଭିକର୍ତ୍ତା ମାନଙ୍କ ଅସହଯୋଗ ଯୋଗୁଁ ଚଳିତବର୍ଷ ବୀମା ସପ୍ତାହ ପାଳନ ଫିକା ପଡି ଯାଇଚି। ଆଜି ର ବିକ୍ଷୋଭ ରେ ଭାରତୀୟ ଜୀବନ ବୀମା ନିଗମର ଆସିକା ଶାଖା ଅଭିକର୍ତ୍ତା ସଂଘର ସାଧାରଣ ସମ୍ପାଦକ ନୃସିଂହ ନାରାୟଣ ପାତ୍ର,ସହ ସମ୍ପାଦକ ଅର୍ଜୁନ ମିଶ୍ର ଓ ସଚିଦାନନ୍ଦ ବିଷୋୟୀଙ୍କ ସମେତ ବରିଷ୍ଠ ଅଭିକର୍ତ୍ତା ଭାସ୍କର ପ୍ରଧାନ , ଲକ୍ଷ୍ମୀ ନାରାୟଣ ପାତ୍ର , ସୁବୋଧ କୁମାର ପଟ୍ଟନାୟକ , ମାନସ ପାତ୍ର , ଲଳିତ ମୋହନ ନାୟକ , ରାଧାମାଧବ ପ୍ରଧାନ , ଅନୀଲ କୁମାର ସାହୁ , ରଞ୍ଜନ କୁମାର ଗୌଡ଼ , ସଞ୍ଜୟ କୁମାର ପାତ୍ର ଅଶ୍ୱିନୀ କୁମାର ସାହୁ ଓ ଭାନୁ ରଞ୍ଜନ ପୃଷ୍ଟି ପ୍ରମୁଖ ଅଂଶଗ୍ରହଣ କରିଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )
Next Post