ଭଞ୍ଜନଗର,୨୯/୦୮(ପିପିଟି): ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗକୁ ନେଇ ସୋମବାର ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ଜନ ସାଧାରଣଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ ୧୭ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଶ୍ରୀ ରାୟ ଗ୍ରହଣ କରିଥିଲେ। ସାଧାରଣ ବ୍ୟକ୍ତିଗତ ସମସ୍ୟାକୁ ନେଇ ୧୭ଟି ଏବଂ ଜରୁରୀକାଳୀନ ଗୋଟିଏ ଅଭିଯୋଗ ଉପରେ ତୁରନ୍ତ ଫଇସଲା କରାଯାଇଥିଲା। ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ସହାୟକ ଜିଲ୍ଲାପାଳ ସୁନନ୍ଦ ଶେଖର ସାହାଣୀ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି, ଭଞ୍ଜନଗର ଉପଖଣ୍ଡ ଚିକିତ୍ସ୍ୟାଳୟର ଡାକ୍ତର ଅନିଲ କୁମାର ଚୌଧୁରୀ, ଭଞ୍ଜନଗର ଜନ ସ୍ୱାସ୍ଥ୍ୟ ବିଭାଗ ସହକାରୀ ଇଞ୍ଜିନୟର ନିତ୍ୟାନନ୍ଦ ବେହେରା , ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଅନିଲ କୁମାର ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ବେହେରା ସମେତ ସମସ୍ତ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ ।ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ଅଫିସର କର୍ମଚାରୀ ସୁରଭି ପ୍ରଧାନ, ବିବେକା ନନ୍ଦ ମିଶ୍ର, ବଳରାମ ଯାନୀ ପ୍ରଭୃତି ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post