ଘୁମସୁର ଦକ୍ଷିଣ ବନଖଣ୍ଡ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଉଦଯାପିତ ।

0 358

ଭଞ୍ଜନଗର,୧୫/୦୮(ପିପିଟି): ଆଜି ସ୍ଥାନୀୟ ଘୁମସୁର ଦକ୍ଷିଣ ବନଖଣ୍ଡ କାର୍ଯ୍ୟାଳୟ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳନ ସାଙ୍ଗକୁ ସ୍ୱାଧୀନତାର ଅମୃତ ମହୋତ୍ସଵ କାର୍ଯ୍ୟକ୍ରମ ସମାପନ ହୋଇଅଛି । ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ବର୍ଗତ ଅସମତ ବିବି,ବନରକ୍ଷୀଙ୍କ ସ୍ମୃତିରେ ଏକ ବାର୍ଷିକ ସ୍ମାରକୀ ଟ୍ରଫି ଓ ସମ୍ମାନ ପତ୍ର ଚଳିତ ବର୍ଷ ପାଇଁ ବିବେଚିତ ଶ୍ରେଷ୍ଠ ବନରକ୍ଷୀ ଚୁମକୀ ନାୟକଙ୍କୁ ପ୍ରଦାନ କରାଯାଇଥିଲା। ସ୍ବର୍ଗତ ଅସମତ ବିବିଙ୍କ ପରିବାର ପାଇଁ ମଧ୍ୟ ଦାତବ୍ୟ ପାଣ୍ଠି ସଂଗ୍ରହ କରାଯାଇ ଅନ୍ୟୁନ ଦେଢ଼ ଲକ୍ଷ ଟଙ୍କାର ୨ଟି ଚେକ ପ୍ରଦାନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ସହ ବନ ସଂରକ୍ଷକ ପ୍ରଭାକର ନାୟକ ଓ ମୁଖ୍ୟ କିରାଣୀ ଅଶୋକ ସାହୁ ସହଯୋଗ କରିଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.